ପାଇଖାନା
ପାଇଖାନା


😁😁ପାଇଖାନା😁😁
ଜୀବନ ଯୁଦ୍ଧରେ ଜୟୀ ହେବାପାଇଁ
ନିତି ଚାଲେ ଏଠି ଯୋଜନା,
ମନେ ପଡେ ପୁଣି ଭୁଲି ଯାଇଥିବା
ଅତୀତର କେତେ ଘଟଣା ।
ଦିନର ଆରମ୍ଭ ଏଇଠାରୁ ହୁଏ
ଦଶ ମିନିଟର ରହଣି,
ମଣିଷ ଘଡିଏ ଭୁଲିଯାଏ ଏଠି
ପିଲାଛୁଆ ଘର ଘରଣୀ ।
କବିତାର କେତେ ପଦ ମନେପଡେ
ଅଧୁରା କବିତା ସରଇ,
ପୁରୁଣା ପ୍ରେମିକା ମନକୁ ଆସିଲେ
ଲାଜେ ପୁଣି ହସ ମାଡଇ ।
କେତେ ଜିତା ହେଲା କେତେ ହରାଗଲା
ସବୁ ଏଠି ଅଙ୍କ କଷନ୍ତି,
କେହି କେହି ପୁଣି କେତେ କଥା ଭାବି
ଘଣ୍ଟା ଘଣ୍ଟା ଏଠି ବସନ୍ତି ।
ପାଇଖାନା ପରା ଜ୍ଞାନ ଚାବିଟିଏ
ମସ୍ତିଷ୍କର ତାଲା ଖୋଲଇ,
ଆନ କେହି ନୁହଁ ନିଜେ ଏଠି ରାଜା
ନିଜର ରାଜୁତି ଚାଲଇ ।