STORYMIRROR

pranati Mahapatra

Horror

3  

pranati Mahapatra

Horror

ପାଇବାକୁ ମୁକ୍ତି

ପାଇବାକୁ ମୁକ୍ତି

1 min
262

ସୁନ୍ଦର ଶବ୍ଦ ସହ ସୁନ୍ଦର ଯୋଗାଯୋଗ

ବିଂଶ ଶତାବ୍ଦୀରେ ବି ରହିଛି ଏଭଳି ପାଗ ଯୋଗ

ମନରେ ଦୁଃଖ କଷ୍ଟ ଯନ୍ତ୍ରଣା ଜର୍ଜରିତ 

ବେଦନା ରହିତ ଶରୀର ,

ଆଶଙ୍କାରେ ଡହଡହ ହୋଇ 

ବଞ୍ଚିବାର ରାହା ନେଇ ବିକଳ ଥିବା ବେଳେ

କେଜାଣି କାହିଁକି ପହଞ୍ଚି ଯାଏ ମନ ତାର

ଅପହଞ୍ଚ ଇଲାକାରେ।

ନା ସେଠାରୁ ସେ ଫେରିବାର ରାସ୍ତା ପାଏ 

ଦେଖୁଥିବା ମୂର୍ତ୍ତି ର ପରିଚୟ ପାଏ।

କଲବଲ ହେଉଥାଏ ,ଛଟପଟ ପ୍ରାଣରେ

ସାମ୍ପ୍ରତିକ ସମାଜରେ ପରିଲକ୍ଷିତ ଏବେବି

ସମସ୍ତେ ବି ଆକ୍ରାନ୍ତ, ଆକ୍ତାମାକ୍ତା ହୋଇ 

ସଂଗ୍ରାମ ଅବ୍ୟାହତ।

ପାଇବାକୁ ମୁକ୍ତି ,ଏହି ଭୂତକୋଠିରୁ।

କାହିଁକି ନା ମୃତ ଶରୀରର ଆତ୍ମା ଠାରୁ

ବେଶୀ ଭୟଙ୍କର ଲାଗେ

ଜୀବନ୍ତ ଭୂତମାନଙ୍କୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror