STORYMIRROR

Sambit Srikumar

Abstract Romance Classics

3  

Sambit Srikumar

Abstract Romance Classics

ପାହାଡ଼ରେ ଶୀତ

ପାହାଡ଼ରେ ଶୀତ

1 min
218

ପାହାଡ଼କୁ ଆସିଛି ଶୀତ ଘେନି ତା ପସରା

ଚାରିଆଡ଼େ ଧୂଆଁ ଧୂଆଁ କୁହୁଡ଼ିର ମେଳା

ଡଙ୍ଗର ଜଙ୍ଗଲରୁ ବର୍ଷୁଛି ବରଫ ଟୁକୁଡ଼ା

ନିଆଁ ଲାଗେ ପାଣି ପରି ପାଣି ଲାଗେ ନିଆଁ

ପାହାଡ଼ କୋଳରେ ଶୀତ ଦେଖାଏ କିମିଆଁ

ଗରିବ ଗୁରୁବା ଲୋକଙ୍କ ଭାଙ୍ଗଇ ପଞ୍ଜରା 

ଚିର ଦୁଃଖି ବନବାସୀର ପତ୍ର କୂଟୀରରେ

ହିମ ଶୀତଳ ଉତ୍ତରା ବାଆ ଯାଏ ସଞ୍ଚରି

ବୁଢ଼ା ବୁଢ଼ୀ ଯେତେ ଅସହାୟ ପଣେ କତରାରେ

ପଡ଼ନ୍ତି ଆପଣା ଆପଣା ଭାଗ୍ୟକୁ ଆଦରି l


ଧାଙ୍ଗଡ଼ା ଧାଙ୍ଗଡ଼ି ଯୌବନର ଡହକ ନିଆଁରେ

ଖେଳନ୍ତି ଶାଳବଣ ଗହନରେ ରାସକେଳି

ମନର ବିଚାର ଏଠି ଗୌଣ କ୍ଷୀଣ ଶୂନ୍ୟ

ଯେବେ ପ୍ରଣୟ ମଧୁରେ ଭିଜେ ଦେହର ଦେହଳୀ

ପରବାସୀ ବିରହୀ ଝୁରି ମରେ ଆପଣା ପ୍ରିୟାକୁ

ବିରହର ନିଆଁ ଦୂରେଇ ପାରେନା ଶୀତର ଯାତନା

ପ୍ରତି କ୍ଷଣେ ଲୋଡେ ସେ ପ୍ରେୟସୀ ଦେହର ଉଷ୍ମତା

ରିକ୍ତ ହୃଦୟେ ପରଖେ ନିଜ ପ୍ରେମର ଗଭୀରତା

ବଣ ପାହାଡ଼ରେ ଶୀତ ରଚେ ଉନ୍ମତ୍ତ ତାଣ୍ଡବ

ହନ୍ତସନ୍ତ ହୁଏ ଖାଲି ବିଚରା ଏକାନ୍ତ ମାନବ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract