STORYMIRROR

Prasanta Kumar Behera

Romance

3  

Prasanta Kumar Behera

Romance

ପାହାଡୀ ଝରଣା

ପାହାଡୀ ଝରଣା

1 min
196


ତୁ ପାହାଡୀ ଝରଣା

ଅଜଣା ତୋ ଉତ୍ସ

ଅଲକ୍ଷ୍ୟେ ତୁ ବହୁ ସିନା

ଥରେକି ଭାବୁଛୁ

ଶିଳାର ବେଦନା

ତୋ ପରଶ ପାଇଁ ତା କାମନା ।


ମୁଗ୍ଧ ବିଭୋରେ 

ବହିଯାଉ ସିନା

ଥରେ ଚାହିଁନାହୁଁ ଫେରି

ତୋ ଛନ୍ଦ ମାଧୁରୀ

ନିଆଁରେ ଜଳୁଛି 

କେତେ ବନଲତା ଗିରି l


ତୋ ସୁଧା ଧାରାରେ

କି ବିଷ ରଖିଛୁ

ଫାଟିଯାଏ ତୋ ପାଦତଳର ଶିଳା

ତଥାପି ଲୋଡୁଛି

ହୁଅନ୍ତି କି ମୁଁ

ତୋ ଚଲାପଥରେ ଶିଳା l


ଭାଙ୍ଗିଯାଏ ପଛେ

ଖଣ୍ତ ଖଣ୍ତ ହୋଇ

ଲଭନ୍ତି ତୋ ଜୋଛନା ଲାବଣ୍ୟ ସିନା

ତୁ ପାହାଡୀ ଝରଣା

ଅଜଣା ତୋ ଉତ୍ସ

ଅଲକ୍ଷ୍ୟେ ତୁ ବହୁ ସିନା l



Rate this content
Log in

Similar oriya poem from Romance