STORYMIRROR

Amita Dash

Inspirational

3  

Amita Dash

Inspirational

ପାହାଡ଼

ପାହାଡ଼

1 min
225


ହେ ପାହାଡ଼,ତୁମେ କେଉଁ ଯୁଗର

କିଏ କୁହେ ପ୍ରାଚୀର,କିଏ କୁହେ ସମାଧିସ୍ଥ ସନ୍ୟାସୀ ପ୍ରବର

କେହି ନୁଆଁଇ ପାରିବେନି ତୁମ ମୁଣ୍ଡ

ତୁମେ ସ୍ଥିର ଦଣ୍ଡାୟମାନ

କେତେ ନଦୀ,ନଦ , ବୃକ୍ଷ ଲତା ଗୁଳ୍ମ ର କୋଟିଏ ଭଣ୍ଡାର

ଦୂର ଦିଗବଳୟରେ ଯେବେ ଉଁଏ ସୂର୍ଯ୍ୟ, ସଂଧ୍ୟା ରେ କରେ ଗମନ

ଲୁଚକାଳି ଖେଳ ପରି ସବୁ ଲାଗେ ଭ୍ରମ

ତୁମ ତଟଦେଶର ଶାନ୍ତ ସ୍ନିଗ୍ଧ ପରିବେଶ

ଇଛା ହୁଏ ମୁନିଋଷି ଙ୍କ ପରି ହୁଅନ୍ତି ତପସ୍ୟା ରେ ମଗ୍ନ

ତୋ କୋଳରେ କୁଡ଼ିଆରେ କରି ବିତାଇ ଦିଅନ୍ତି ସାରା ଜୀବନ ସନ୍ୟାସୀ ସମ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational