ପାଗଳ
ପାଗଳ
ମନ ଗହନ ତଳେ
ମୁଁ ଆଜି ବନିଚି ପାଗଳ
ମୋ ଅନ୍ତର ବେଦନା କରିଅଛି ମୋର ପଥର ପାଗଳ
ଛାଟି ଦେଇ ଅଲୋଡ଼ା ଜୀବନୁ
ବୁଦ୍ଧି ଓ ବିବେକ
ହୋଇ ଅଛି ଅସମର୍ଥ
ଚିହ୍ନିବାରେ ଭଲ ଆଉ ମନ୍ଦ
ପୁଣି ପାପ ପୁଣ୍ୟର ପ୍ରଭେଦ
ଯା ଫଳେ ଲିଭି ଯାଇ ଅଛି ମୁଖୁ ମୋର
ଅସରନ୍ତି ହସର ଲଉଡ଼ି....
ହସି ମୁଁ ପାରୁନି
ଦେଖି ମୋ ଜୀବନର
ରୌଦ୍ର ଚଣ୍ଡ ତାପେ
ଅବା କେବେ ମେଘୁଆ ରାତିରେ
ନିଦ୍ରିତାବସ୍ଥାରେ ଦେଖିଲେ ସ୍ବପନ
ମାଟିର ଚଟାଣ ପରେ
ହୋଇ ଅସମର୍ଥ
ଦେବାରେ ମୋ ପରିବାରେ
ମୁଠାଏ ଅନ୍ନ ଦାନା,
ନାହିଁ ମୋର ପାଶେ
କାଣି କଉଡ଼ି..........
ଯେହେତୁ ପାଗଳ ଚିତ୍ତ
ନିଜେ କରି ପବନ ଆହାର
ହସିଲେ ହସିବି
ନ ଦେଇ ଗୁରୁତ୍ୱ ଆଖି ଲୁହ
ଦୁଇ ଧାରେ
ପୁଣି ମୁଁ ହସି ଥାଏ,
ପାଗଳ ବୋଲି କହି ଥାଏ
ଏ ସମାଜ ଟଙ୍କାର ଗୋଲାମ,
ଟଙ୍କା ପାଇଁ ସମସ୍ତେ
ଧରନ୍ତି ବାଡ଼ି........
ଚାରିଆଡେ ଶୁଭେ
କେବଳ ଟଙ୍କା
ଟଙ୍କା ନଥିଲେ ଜୀବନଟା ହୋଇଯାଏ
ପୁରା ଫାଙ୍କା
ଭାବି ଭାବି ମୁଁ ବି ପାଗଳ
ତୁମେ ବି ପାଗଳ
ସମାଜରେ ସମସ୍ତେ ପାଗଳ
ପାଗଳ ନ ହୋଇ କେହି
ସମାଜରେ ହୋଇ ବି ପାରୁନି
ଚଳ ପ୍ରଚଳ
କିଏ ସାଜେ ଟଙ୍କାର ପାଗଳ
କିଏ ବି ପ୍ରେମର ପାଗଳ
କିଏ ଘରବାଡ଼ି ପାଇଁ ପାଗଳ
କିଏ ସମ୍ମାନ, ପ୍ରତିଷ୍ଠା, ଯଶ ପାଇଁ ପାଗଳ,
ପାଗଳ ମୟ ଦୁନିୟାରେ କେହି
ନୁହେଁ ଭଲ
ଭଲ ହେବାକୁ ମୁଁ ଚାହେଁନି
ଯେହେତୁ ବନିଛି ପାଗଳ
ସଦା ଛାଡୁଅଛି ମୁହିଁ
ପାଗଳର ରଡି.........।