Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suchismita Rout

Inspirational

3  

Suchismita Rout

Inspirational

ଜୀବନ ରଥ

ଜୀବନ ରଥ

1 min
212


ସୁଖ ପରେ ଦୁଃଖ ଦୁଃଖ ପରେ ସୁଖ

ନିୟମ ଏ ଯେ ସଂସାରର

କିଏ ବା କରିବ ତାକୁ ମନା 

ପିଲାଛୁଆ ଭାଇବନ୍ଧୁ ସବୁ ମହାମାୟା

ତୁମେ କି ସତେ ଅଜଣା !


ଧନ ଦୌଲତ ବାଇଆ କରଇ

ଅବାଟକୁ ସତେ ଠେଲି ଯେ ଦିଅଇ 

ମିଛ ବିଳାସରେ ଅନ୍ଧ ଆହ୍ଲାଦରେ ହଜି

ଭୋଗ କେତେ ଦୁଃଖ ଯନ୍ତ୍ରଣା ।


ଅଜଣା ଚାଉଳେ ଖାଉଥାଅ ଭାତ

ହେ ମୂର୍ଖ ମଣିଷ ତୁମେ ପରା ବୋଲାଅ ଜଗତେ ଶ୍ରେଷ୍ଠ 

କୀଟ ପ୍ରାୟ ଅନଳରେ ପଡ଼ି ହେଉଥାଅ ଛଟପଟ

ତଥାପି ହୁଅ ଆକର୍ଷିତ ଯିବା ପାଇଁ ମରଣର ପାଶ ।


ପାପ ପୁଣ୍ୟ ଏ ଦୁଇ ନିକିତିର ପଳା

କାଳିଆ ପାଶେ ହୁଏ କର୍ମ ତଉଲା 

ମିଛ ଅହଙ୍କାର ବସ ହୋଇ ତୁମେ

ଅପର ପେଟରେ ମାରୁଛ ଲାତ  

କଣ ବିକିଖାଆ ମଣିଷତ୍ଵ !


ଛାଡ଼ିଦିଅ ଏଇ ମିଛ ସଂସାର ମାୟା

କର ଯତ୍ନ ସାଜିବାକୁ ସେହି କାୟା 

ଯେ ଫୁଟାଏ ଗରିବ ମୁଖରେ ହସ

ଯେ ଦେଖାଇ ପାରେ ଅନ୍ଧକୁ ଜଗତର ଦୃଶ୍ୟ!


କେହି ନୁହେଁ କା ଠାରୁ ଅଲଗା

ବୁଝ ଥରେ  ଏ ସବୁ ତାହାରି ଲୀଳା 

 ମିଛ ମୋହ ମାୟା ଛାଡ଼ି ଥରେ ଧର ଭାବର ପଥ

 କାଳିଆ ଟାଣିବ ତୁମ ଜୀବନ ରଥ ।



Rate this content
Log in

Similar oriya poem from Inspirational