Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ଶୀତ ଗୀତ

ଶୀତ ଗୀତ

1 min
179


  ଶୀତ ଗୀତ ଶ୍ରୁତି ମଧୁର

   ପରିବେଶ କରେ

   ଶାନ୍ତ ସୁଶୀତଳ

  ନ ରଚେ ସେ କେବେ

   ବାତ୍ୟା କି ବନ୍ୟା

  ଶୀତ ଗୀତ ପାଇଁ ହୁଏ

   ଧରଣୀ ଧନ୍ୟା ।


  କୃଷକ ପାଇଁ ଅଟେ ସେ ମିତ

   ତା ପାଇଁ କୃଷକ ବଢ଼ାଏ ମିତ

  ପନି ପରିବାରେ ପୂରଇ ଘର

   ଶୀତ ଗୀତ କରେ

   ସଭିଙ୍କୁ ଆପଣାର

  ଶୀତ ଗୀତ ଆଣେ ନାନା ଫଳମୂଳ

  ହିତ କରିଥାଏ ଆମ ଜୀବଜଗତର ।


  କେତେ ନାଚଗୀତ କେତେ ମହୋତ୍ସବ

   ଉତ୍ସବ ମୁଖର ହୁଏଟି ଭବ

  ନାନା ପର୍ବପର୍ବାଣୀର

   ଦିଏ ସେ ଭେଟି

  ମାଣବସା ବାଟଓଷାରେ

   ଘର ଓ ବାହାର ପଡଇ ଫାଟି

  ଓଡ଼ିଆ ଜାତିର ଅଟଇ ମିତ

  ତା ଗୀତ ଶୁଣି ସବୁଜ ସୁନ୍ଦର 

    ହୁଏ ସାରା ଜଗତ

  ଶୀତ ଗୀତ ଶୁଣି

   ଶତ୍ରୁ ପୁଣି ହୁଅଇ ମିତ୍ର ।


  ଶୀତ ଗୀତ କେଡେ ମନୋହର

   କେଡେ ସୁମଧୁର

  ଶୁଣିବା ଜାଣିବା ଲୋକଙ୍କୁ

   କରେ ମନୋମୁଗ୍ଧକର

  ତା ଗୀତରେ ହସି ଉଠେ

   ସବୁ ବାଡିବଗିଚା

  ନାନା ପୁଷ୍ପ ଫଳେ ଭରେ

  ପରିପୂର୍ଣ୍ଣ ହୋଇଯାନ୍ତି ବୃକ୍ଷ ଓ ଲତା

   ଶାନ୍ତି ମୈତ୍ରୀ ଆଣେ 

    ଆଣେ ମଧ୍ୟେ ଏକତା

   ସେ ଆମ ମିତ

   ତା ପାଇଁ ସୁଖ ଶାନ୍ତି ଲଭେ

   ସାରା ଜଗତ

  ସେ ଆମ ମିତ

   ଶୀତ ଗୀତ ସେ ଶୀତ ଗୀତ ।



Rate this content
Log in

Similar oriya poem from Inspirational