ଦାଦନ ଶ୍ରମିକରୁ ମୁକ୍ତିର ପଥ
ଦାଦନ ଶ୍ରମିକରୁ ମୁକ୍ତିର ପଥ
ନପାଇ କାମ ଗ୍ରାମରେ, ମାତୃଭୂମି
ଠାରୁ ଯାଇ ଦୂରେ
ସେ ଦାଦନ, ପରିଜନେ ସାତ ପର
କରି ଖଟି ଖଟି ମରେ
ଗ୍ରାମରେ ଥିଲା ଜମିଦାରୀ, ଜମିଦାର
ଭୂଇଁର ଥିଲେ ଅଧିକାରୀ
ସମ୍ବିଧାନ ଅନୁଯାୟି ସରକାର କଲେ
ଜମିଦାର ଉଛେଦ ଆଇନ ତିଆରି
ଜମିଦାର ଉଛେଦ ଆଇନ ହେଲା,
ଆଇନକୁ ଠକିବାରେ
ଆଇନ କାର୍ଯ୍ୟକାରୀ ତ ନହେଲା
ନିୟମ ମୁତାବକରେ
ଜମି ରଖିଲେ ଜମିଦାର ମାନେ
ବିଭିନ୍ନ ଆଳ ଦେଖାଇ
ଜମିଦାର ଉଛେଦ ଆଇନ କିନ୍ତୁ
ସମସ୍ୟା ଦୂର କରିଲା ନାହିଁ
ତାପରେ ପୁଂଜିପତିଂକୁ ତୋଷଣ
ନୀତି ସରକାର ନେଲା
ସମ୍ବିଧାନେ ସମାଜବାଦ ସାମାଜିକ
ନ୍ୟାୟ କାଗଜେ ରହିଲା
ଘରୋଇକରଣ ଜଗତୀକରଣ
ନାମରେ ନୀତି ନିର୍ଦ୍ଧାରଣରେ
ଗାଁର ଜମି ବାଡି ସବୁ ବର୍ତ୍ତମାନ
କେତେକ ପୁଂଜିପତିଂକ ଠାରେ
ସରକାରଂକ ବହୁ ଗ୍ରାମ୍ୟ ଯୋଜନା
କାଗଜ କଲମରେ
ମହାତ୍ମା ଗାନ୍ଧୀ କର୍ମ ଯୋଜନା ଆଇନ
ହୋଇଛି 2005 ରେ
ଜଂଗଲ ଅଧିବାସୀ ମାନଂକ ପାଇଁ
ଆଇନ ହୋଇଛି 2006 ରେ
ଆଜି ତାହା ସବୁ କାଗଜରେ ଏବଂ
କାର୍ଯ୍ୟକ୍ରମ ପଶିଛି ଚୂଲିରେ
ବର୍ତ୍ତମାନ ଏକ ଟଙ୍କିଆ ଚାଉଳ
ମାଗଣାରେ ଖାଉଛେ
ଏହା ଫଳରେ କାଲି ପଙ୍ଗୁ ହୋଇ
ଯିବା କଅଣ ଚିନ୍ତା କରୁଛେ
ଅଭାବ ମେଣ୍ଟିବ ନି କେବେ ମାଗି
ଆଣିଲା ତିଅଣ ସୁଡୁକରେ
ଭାବ ଥରେ କଅଣ ଘଟିବ ଯଦି
ଅଳସୁଆ ହୋଇଯିବାରେ
ପରିସ୍ଥିତିକୁ ସମ୍ଭାଳବାରେ ଆମେ ସତେ
ଏତେ ହୋଇଛେ ଭୀରୁ
କଅଣ ! ଏପରି ଭାବରେ ବିନା ଭାବନାରେ
ଦାଦନ ଖଟି ଖଟି ମରୁ।
କାହିଁକି ପର ଦେଶେ ମରିବା ? ଏକାଠି
ହେବା ଏକ ସ୍ଲୋଗାନରେ
କେଉଁଠୁ ଆମର ଜମି ଆସିବ ସାରା
ବରଷ ମାସ ଚାଷ କରିବାରେ
ଆସ ସଭିଏଁ ମିଳି ମିଶି ଆମର ସରବ
ଅଧିକାରକୁ ସାବ୍ୟସ୍ତ କରିବାରେ
ତେବେ ଯାଇ ଆମର ଭବିଷ୍ୟତର ତ
ଉନ୍ନତି ହୋଇ ପାରିବରେ
କ୍ଷେତରେ ଅଧିକାର ପାଇ ଆମେ ନିଶ୍ଚିତ
ସୁନାର ଫସଲ ଫଳାଇବା
ସ୍ବାସ୍ଥ୍ୟ ଆମର ଭଲ ରହିବ, ପେଟ ବି
ପୂରିବ ଅଭାବ ମେଣ୍ଟିପାରିବରେ
କୁହ ଭାବିଛକି ଭାଇ ଭଉଣୀ ଏହି ସବୁ
ର କାରଣ ଥରେ
କିପରି ନିଜ କୂଳ ବେଉସା ବଞ୍ଚିବ, ଦାଦନ
ଅବସ୍ଥାରୁ ମୁକ୍ତ ହୋଇବାରେ।