Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Inspirational

3  

Ajit Kumar Raut

Inspirational

ଶୀତବସ୍ତ୍ର

ଶୀତବସ୍ତ୍ର

1 min
178


ଜରୁରୀ ଏବେରେ ଶୀତବସ୍ତ୍ର ଜନେ

ବାଳକ ଅବା ବୃଦ୍ଧଙ୍କୁ 

ଘୁଞ୍ଚେ ମାର୍ଗଶିର ଆସୁଛିରେ ପୌଷ

ଯନ୍ତ୍ରଣା ଦେବରେ ଜନଙ୍କୁ।


ଆବଶ୍ୟକ ଏହୁ ଯୁବା ଯୁବତୀଙ୍କୁ

ଶୀତବସ୍ତ୍ରଟି ଜରୁରୀ 

ନପିନ୍ଧିଲେ ବାବୁ ପୋଷାକ ଗରମ

ହେବକି ଶାନ୍ତି କାହାରି।


ଶୀତ ଭୟଙ୍କର ମାର୍ଗଶିର ମାସେ

ବର୍ଣ୍ଣିବାଟା ଅସମ୍ଭବ 

ଦେଖିନି ଜୀବନେ ଏହିପରି ଶୀତ

ବ୍ୟତୀତରେ ଅସମ୍ଭବ।


ଆସେ ପୌଷ ମାସ ଶୀତକୁ ଘେନିଣ

ତହିଁ ହେବ ଶୀତ ବହୁ 

ଦେଖି ମାର୍ଗଶିର ଚିନ୍ତିତ ଅପାର

ଆସିବ ପୌଷଟି ସେହୁ।


ଆବଶ୍ୟକ ଭାଇ ଗରମପୋଷାକ

ଶୀତର ମାସରେ ଯହିଁ 

ଶୀତ ଦୂରହେବ ସ୍ୱାସ୍ଥ୍ୟ ବି ରଖିବ

ଶୀତବସ୍ତ୍ରେ ଶୀତ ତହିଁ।


ଭଗବାନ ଯହିଁ ପରିଧାନ ବସ୍ତ୍ରେ

ଅଟେ ଉଷ୍ଣ ବସ୍ତ୍ର ସେହୁ 

ଶୀତର ତାଣ୍ଡବୁ ବଞ୍ଚିବାର ପାଇଁ

ଅଟେ ଶୀତବସ୍ତ୍ର ସେହୁ।


ନୂଆ ଭାରତର ଅମୃତ କାଳରେ

ଉଷ୍ଣ ବସ୍ତ୍ର ଆବଶ୍ୟକ 

ହୋଇ ପରିଧାନ ଶୀତବସ୍ତ୍ର ଭାଇ

କର୍ମକ୍ଷେତ୍ରେ ଆବଶ୍ୟକ।


କର୍ତ୍ତବ୍ୟ ଅଟେଟି ଜନନୀର ଯହିଁ

ଶୀତର ଏହୁ ତାଣ୍ଡବେ 

ତହିଁ ପରିଧାନ ଶୀତବସ୍ତ୍ରେ ଶିଶୁ

ଜରୁରୀ ହୋଇଛି ଏବେ।


ବୃଦ୍ଧଙ୍କୁ ନଜର କର୍ତ୍ତବ୍ୟ ଆମର

ଦିଅ ଶୀତବସ୍ତ୍ର ତାଙ୍କୁ

ଆତଙ୍କିତ କରେ ଶୀତଳ ମଳୟ

ଧ୍ୟାନଟି ପିତୃପୁରୁଷଙ୍କୁ।


ଦିଅ ଗରିବଙ୍କୁ ଶୀତବସ୍ତ୍ର ଭାଇ

ଶୀତର ଏହୁ ସମୟେ 

ଶ୍ରେଷ୍ଠ ଧର୍ମ ଭାଇ ସର୍ବୋପରି ଭବେ

ରହୁଟି ପଥେ ନିଶ୍ଚୟେ।



Rate this content
Log in

Similar oriya poem from Inspirational