Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ବାଣୀ ବନ୍ଦନା

ବାଣୀ ବନ୍ଦନା

1 min
114



ନମସ୍ତେ ମାତ ବୀଣାପାଣି

   ବୀଣା ଝଂକାରେ ବେଦ ଭଣି l

ନମସ୍ତେ ମାତ ନାରାୟଣୀ

     ତୁ କାବ୍ୟକଳା ଠାକୁରାଣି l

ନମସ୍ତେ ଗାୟତ୍ରୀ ସାବିତ୍ରୀ

    ଗାୟତ୍ରୀ ଛନ୍ଦେ ତୋର ସ୍ତୁତି l

ନମସ୍ତେ ନମଃ ଆଦିମାତେ

      କବି ଜନନୀ ନମସ୍ତୁତେ l

ନମସ୍ତେ ମାତ ତୁ ଶାରଦା

      ବର ପ୍ରଦାନୀ ତୁ ବରଦା l

ନମସ୍ତେ ମାତ ସରସ୍ବତୀ

     ତୁ ଖିଳରାଣୀ ବିଦ୍ୟାଦାତ୍ରୀ l

ନମସ୍ତେ ମାତ ସ୍ରୋତସ୍ୱତୀ

     ତୁ ମାତ ବିଦ୍ୟା ଅଧିଷ୍ଠାତ୍ରୀ l

ନମସ୍ତେ ମାତ ଶୁକ୍ଳାମ୍ବରୀ

    ବୀଣା ପୁସ୍ତକ ହସ୍ତେ ତୋରି l

ନମସ୍ତେ ମାତ ଶୁଭ୍ରବର୍ଣ୍ଣି

      ତୁ ଶୁଭ ବୁଦ୍ଧି ପ୍ରଦାୟୀନୀ l

ନମସ୍ତେ ମାତ ପଦ୍ମାସନୀ

      ତୁ ଶୁଭ୍ର ମରାଳ ବାହନୀ l

ନମସ୍ତେ ମାତ ବାକ୍ୟଦେବୀ

     ପୂଜା କରନ୍ତି ତୋତେ କବି l

ବାଗ୍ଦେବୀ ପ୍ରସାଦେ ତୋହର

     ମୂକ ବୋଲାଏ ବାଗ୍ମୀବର l

ତୋହର ପ୍ରସାଦରୁ ମାତ

      ମୁରୁଖ ବୋଲାଏ ପଣ୍ଡିତ l

ତୁ ମାତ ବାଣୀ ବେଦମାତା

      ତ୍ରିପୁରେ ବନ୍ଦିତା ପୂଜିତା l

ବ୍ରହ୍ମ ଲୋକରେ ବାସ ତୋର

       ବ୍ରହ୍ମ ବାଦିନୀ ନମସ୍କାର l

ତୁ ମାତ ଉତ୍କଳେ ଶାରଳା

     ଝଙ୍କଡ଼େ ବସି କରୁ ଖେଳା l

ନମସ୍ତେ ମାତ ମହାମାୟୀ

     କବି ଜନନୀ କାବ୍ୟମୟୀ l

ତୋ ପୂଜା ବସନ୍ତ ପଞ୍ଚମୀ

     ବନ୍ଦନା କରେ ପଦେ ନମି l

କରୁଣାମୟୀ ବିଶ୍ୱ ଧାତ୍ରୀ

   ଅସଂଖ୍ୟ ନାମେ ତୋର ସ୍ତୁତି l

ବନ୍ଦନା କରିଲି କିଞ୍ଚିତେ

      ବଞ୍ଚିତ ନକରିବୁ ମୋତେ l

ବାଣୀ ତୋ କରୁଣାରୁ କଣେ

    ନମେ ତୋ ଅଭୟ ଚରଣେ ।


Rate this content
Log in

Similar oriya poem from Inspirational