ସାୟନ୍ତନ ଦୃଶ୍ୟ
ସାୟନ୍ତନ ଦୃଶ୍ୟ
ପଶ୍ଚିମ ଆକାଶେ ସୂର୍ଯ୍ୟ ଯାଉଥାଆନ୍ତି ବୁଡି,
ପକ୍ଷୀମାନେ ନିଜ ବସାକୁ ଆସୁଥାଆନ୍ତି ଉଡି ।
କି ସୁନ୍ଦର ଦିଶଇ ସେହି ପ୍ରାକୃତିକ ଚିତ୍ର,
ଦେଖିଲେ ଆଖି ପଡ଼େନି ମନ ହୁଏ ପବିତ୍ର ।
କେଉଁ ଚିତ୍ରକର ତୂଳୀରେ ଆଙ୍କିଛି ଛବିକୁ,
ବିଭିନ୍ନ ରଙ୍ଗେ ସଜାଇଛି ଦେଇ ସେ ରଙ୍ଗକୁ, ।
ଦୁଇ ପାର୍ଶ୍ୱେ ପର୍ବତ ମଧ୍ୟ ଭାଗରେ ସୂରୁଜ,
ଆକାଶରେ ଖଣ୍ଡ ଖଣ୍ଡ ମେଘ ମାଳ ବିରାଜ ।
ପକ୍ଷୀମାନେ ଉଡିଯାଆନ୍ତି ଡେଣାକୁ ହଲାଇ,
ପାର୍ବତେ ବୃକ୍ଷ ଲତା ଦୂରକୁ ତୋରା ଦିଶଇ ।
ରାମ ଲକ୍ଷ୍ମଣ ମଧ୍ୟେ ସୀତା ଯେପରି ଦିଶନ୍ତି,
ଦୁଇ ପର୍ବତ ମଝିରେ ସୂର୍ଯ୍ୟ ସେପରି ହସନ୍ତି ।
ଦୁଇ ଭାଇଙ୍କ ମଧ୍ୟରେ ଭଗ୍ନୀ ସୁଭଦ୍ରା ପରି
ଭୂଧର ମଝିରେ ଦିଶଇ ସବିତା ସେପରି ।
ପାହାଡ଼ କନ୍ୟାର ଶୋଭା କି ସୁନ୍ଦର ଦିଶଇ ,
ସୂର୍ଯ୍ୟଙ୍କର ରଶ୍ମିରେ ଚତୁଃର୍ଦିଗକୁ ଝଲସଇ ।
ଅଚଳର ଚାରିପଟେ ତରଳତା ଶୋଭଇ,
ସେହି ଦୃଶ୍ୟକୁ ଦେଖିଲେ ମନ ମୋର ଲୋଭଇ ।
ଦିଗବଳୟ ଦିଶୁଥାଏ ଅତି ମନୋରମ,
ଆଉ କୌଣସି ଛବି ହେବ ନାହିଁ ତା ସମ ।
ଏହି ଛବିଟିକୁ ମୋତେ ଭାରି ଭଲ ପାଗେ, ପାଇବ ।
ଆଖି ମୋର ଯାଏ ଲାଖି ଚିତ୍ରକରଙ୍କୁ ମୁ ମାଗେ ।
କିଏ କାହିଁ ଦେବ ମୋତେ ଏହି ପ୍ରକୃତି ଛବି,
ଯେତେ ଟଙ୍କା ନେଲେ ନେବ ସେହି ଚିତ୍ରକୁ କିଣିବି ।
କିଏ ଯଦି ମୋ ପାଇଁ ଏ ଚିତ୍ରଟି କରିଦେବ,
ମୋ ଠାରୁ ସିଏ ପାଞ୍ଚ ଶତ ଟଙ୍କା ପାଇଁବା ।