ସ୍ଵାସ୍ଥ୍ୟ
ସ୍ଵାସ୍ଥ୍ୟ
ସ୍ବାସ୍ଥ୍ଯ ଆମର ଅମୂଲ୍ୟ ସମ୍ପଦ
ବେଳ ଥାଉ ଆମେ ହେବା ଜାଗ୍ରତ
ସୁସ୍ଥ ରହିବା ସଚେତନ ହେଲେ
ଭ୍ରମଣ କରିବା ପ୍ରାତଃକାଳେ
ବସି ଖାଦ୍ୟ କେବେ ନ ଖାଇବା
ବଜାର ଖାଦ୍ୟ ଠୁ ଦୁରେଇ ରହିବା
ପ୍ରଚୁର ପାଣି ଆମେ ନୀତି ପିଇବା
ମନରେ ଭଲ କଥା ନୀତି ରଖିବା
ସ୍ବାସ୍ଥ୍ଯକୁ କେବେ ହେଳା କରିବା ନାହିଁ
ସବୁଜ ପରିବା ନୀତି ଖାଇବା ଭାଇ
ସ୍ବାସ୍ଥ୍ଯ ଯଦି ଭଲ ରହିବ ଆମର
କର୍ମ କରିବା ଆମେ ନିରନ୍ତର।