STORYMIRROR

Bauribandhu Lenka

Abstract Others

4  

Bauribandhu Lenka

Abstract Others

ପାଏନି ମୁଁ ତାକୁ ଖୋଜି

ପାଏନି ମୁଁ ତାକୁ ଖୋଜି

1 min
372


ଯାହା ସହ ପିଲାଦିନେ

ସାଥିହୋଇ ଖେଳୁଥିଲି

ଯାହା ସଙ୍ଗେ ବରଷାରେ

କେତେ ଯେ ମୁଁ ଭିଜୁଥିଲି

ପାଏନି ମୁଁ ତାକୁ ଖୋଜି

କୁଆଡେ ସେ ଗଲା ହଜି ॥୧॥


ବୁଲୁଥିଲୁ ସାଥିହୋଇ

ଗାଆଁ ଦାଣ୍ଡ ଗଳିକନ୍ଦି

ଚାଲୁଥିଲୁ ସାଥିହୋଇ

ହାତରେ ହାତକୁ ଛନ୍ଦି

ପାଏନି ମୁଁ ତାକୁ ଖୋଜି

କୁଆଡେ ସେ ଗଲା ହଜି ॥୨॥


ଯାହାକୁ ମୁଁ ସବୁ କଥା

କହୁଥିଲି ମନ ଖୋଲି

ଯାହା ସହ ହସ ଖୁସୀ

କେତେ ମଜା କରୁଥିଲି

ପାଏନି ମୁଁ ତାକୁ ଖୋଜି

କୁଆଡେ ସେ ଗଲା ହଜି ॥୩॥


ଯାହା ସଙ୍ଗେ ସାଥିହୋଇ

ସ୍କୁଲୁ ମୁଁ ଯାଉଥିଲି

ନେଇଥିବା ଜଳଖିଆ

ବାଣ୍ଟିକରି ଖାଉଥିଲି

ପାଏନି ମୁଁ ତାକୁ ଖୋଜି

କୁଆଡେ ସେ ଗଲା ହଜି ॥୪॥


ଯାହା ସହ ବଜାରରେ

ସାଥିହୋଇ ବୁଲୁଥିଲି

ନୂଆ ନୂଆ ସିନେମାକୁ

ତା ସାଙ୍ଗରେ ଦେଖୁଥିଲି

ପାଏନି ମୁଁ ତାକୁ ଖୋଜି

କୁଆଡେ ସେ ଗଲା ହଜି ॥୫॥


ଯା'ର ଗୋଟିଏ ଡାକରେ

ହୃଦୟ ମୋ ଝୁମି ଉଠେ

ଯାହା ସହ ପ୍ରତିକ୍ଷଣ

ଖୁସି ହିଁ ଖୁସିରେ କଟେ

ପାଏନି ମୁଁ ତାକୁ ଖୋଜି

କୁଆଡେ ସେ ଗଲା ହଜି ॥୬॥


ସାଙ୍ଗ ହୋଇ ରହିବାକୁ

ପଣ ଯିଏ କରିଥିଲା

ସାଙ୍ଗ ବୋଲି ନ ଡାକି ସେ

ଭାଇ ବୋଲି ଡାକୁଥିଲା

ପାଏନି ମୁଁ ତାକୁ ଖୋଜି

କୁଆଡେ ସେ ଗଲା ହଜି ॥୭॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract