ପାଦୁକା ପୂଜା
ପାଦୁକା ପୂଜା


ରାମାୟଣ କଥା ପବିତ୍ର ଏ ଗାଥା
ସୂର୍ଯ୍ୟବଂଶୀ ରାଜାଙ୍କ କାହାଣୀ,
ପିତୃ ସତ୍ୟ ପାଳି ବନବାସୀ ହେଲେ
ପ୍ରଭୁ ରାମ,ଲକ୍ଷ୍ମଣ ,ସୀତା ମହାରାଣୀ ।
ଅଯୋଧ୍ୟାର ରାଜା ଦଶରଥ ସୂତ
ରାମ ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ,
ତିନି ରାଣୀଙ୍କର ଚତୁଃ ସନ୍ତାନ
ଆନନ୍ଦେ କମ୍ପୁଥିଲା ରାଜଭୁବନ ।
ଅବେଳରେ ଆସି କୁଗ୍ରହ ପ୍ରଭାବେ
ଅଯୋଧ୍ୟା ଗ୍ରାସ କରିଲା,
ରାଜକୁମାରଙ୍କ ବନବାସ ଯାତ୍ରା
କପାଳରେ ଲେଖା ହେଲା ।
କୁଚକ୍ରୀ ମନ୍ଥରା ଦାସୀର କଥନେ
କୈକେଇ ବର ମାଗିଲେ,
ବଚନ ବନ୍ଧନେ ସତ୍ୟର ସନ୍ଧାନେ
ଦଶରଥ ରାଜା ବର ଯାଚିଦେଲେ ।
ରାମ ବନବାସ ଭରତ ରାଜନ
ଏହି ସର୍ତ୍ତ ଥିଲା ରାଣୀଙ୍କର,
ଏହି ବାର୍ତ୍ତା ଶୁଣି ମୂର୍ଚ୍ଛା ଗଲେ ପୁଣି
ଦଶରଥ ରଘୁବଂଶ ନନ୍ଦନ ।
ମସ୍ତକେ ବଜ୍ର ପଡିଗଲା ପରି
ଶଯ୍ୟାଶାୟୀ ହେଲେ ରାଜା,
ଝୁରି ଝୁରି ସିଏ ରାମଙ୍କ ହୃଦୟ
ସୁଖକୁ ତେଜିଲେ ପ୍ରଜା ।
ପିତୃ ସତ୍ୟ ପାଳି ପୁତ୍ର ରାମଚନ୍ଦ୍ର
ବନକୁ ଗମନ କଲେ,
ସଙ୍ଗେ ଭାତୃ,ଲକ୍ଷ୍ମଣ,ଜନକ ନନ୍ଦିନୀ
ମହାରାଣୀ ସୀତା ଥିଲେ ।
ମାତୁଳାଳୟରେ ତ୍ୱରିତ ଖବର
ନିମିଷେ ହେଲା ପ୍ରଚାର,
ଭରତ ରାଜନ ଏ କଥା ଶ୍ରବଣେ
ପହଁଚିଲେ ଅଯୋଧ୍ୟା କ୍ଷଣେ ।
ରାଜ ନଗରଟା ଲାଗୁଥିଲା ନିଃଶ୍ୱ
ଖୁସି ନଥିଲା ପ୍ରଜାମନେ,
ଭାତୃ ସନ୍ଧାନେ ଭରତ ରାଜନ
ବାହାରିଲେ ତତକ୍ଷଣେ ।
ପଞ୍ଚବଟୀ ରାଜ୍ୟେ ପାଇ ସେ ରାମଙ୍କୁ
କ୍ରନ୍ଦନରତ ଯେ ହେଲେ,
କେତେ ଅନୁନୟ ବିନୟ କଣ୍ଠରେ
ଅଶ୍ରୁଜଳ ବୁହାଇଲେ ।
ଅନୁରୋଧ କଲେ କ୍ଷମା ମାଗିନେଲେ
ନିଜ ମାତୃ ଦୋଷ ପାଇଁ,
ପ୍ରଭୁ ରାମଚନ୍ଦ୍ର ସ୍ନେହାଭରେ
କୋଳାଗ୍ରତ କଲେ ନେଇ ।
ଲୋଡ଼ା ନାହିଁ ମୋର ସେ ରାଜଗାଦି ସୁଖ
ଲୋଡ଼ା ମୋ ଭାତୃ ସେନେହ,
ଏ ସେନେହ ପରା ବନ୍ଧା ପରାଣ ମୋ
କେମିତି ଭୁଲିବି କୁହ ।
ଶେଷରେ ରାମଙ୍କ ପାଦୁକା
ମଥାରେ ତାଙ୍କର ଥୋଇ,
ନନ୍ଦିଗ୍ରାମେ ସେତ ସ୍ଥାପନ କରିଲେ
ନିଜ ମସ୍ତକେ ଲଗାଇ