STORYMIRROR

Rabindra kumar Sahoo

Abstract Romance

4  

Rabindra kumar Sahoo

Abstract Romance

"ଓଠ ତଳ ହସ"

"ଓଠ ତଳ ହସ"

1 min
760

କେବେ ସେଥିରୁ ଝରେ ଅମୃତ

ପୁଣି କେବେ ଝରଇ ବିଷ

ସେ ହସରେ ଥାଏ

ସ୍ନେହ, ମମତା ଓ ପ୍ରେମର ରସ

କେବେ ଥାଏ ସେଥିରେ 

ପ୍ରେମ ପ୍ରଣୟ ଓ ବିଶ୍ଵାସ

କେବେ ସେଥିରେ ଭରିଥାଏ

ପ୍ରତାରଣା ଓ ଧୋକାର ବିଷ

ସେ ଓଠ ତଳ ହସ ।


 ଏହି ଓଠ ତଳ ହସ

 ପ୍ରିୟା ହୃଦୟର ହସ

 ଏ ହସ ପ୍ରେମରେ

 ତା'ର ପ୍ରିୟତମକୁ କରିପାରେ ବଶ

 ଏ ହସ କେବେ ଆଣିଥାଏ

 ମଧୁର ମିଳନର ମଧୁ ମାସ

 ଏହି ହସରେ ପ୍ରେମିକ ପ୍ରବର

 ପ୍ରେମିକାକୁ ପ୍ରେମ କରିବାକୁ

  ହୋଇଥାଏ ବିବଶ

  ଏ ହସ ଅଟେ ମିଳନର ହସ ।


 ପ୍ରିୟାର ଗୋଲାପୀ ଓଠରେ

 ଫୁଟେ ଯେବେ ହସ

 ପ୍ରିୟତମ ହୃଦେ ଝରେ

  ପ୍ରେମ ପ୍ରଣୟର ରସ

  ଆତ୍ମହରା ହୋଇ 

  ପ୍ରିୟତମା ପ୍ରେମେ

  ଭୁଲିଯାଇ ସଂପର୍କର ପ୍ରାଚୀର

  ଅନ୍ଧ ପ୍ରାୟ ହୋଇ

  ଭୁଲିଯାଏ ସମଗ୍ର ବିଶ୍ଵ

  ସେ ହସେ ଅଛି କି ଆକର୍ଷଣ

  କି ଯୋଗେ ବିହି ତାକୁ

  କଲା ଯେ ନିର୍ମାଣ

  ମୁନି ଋଷି ଦେବ ଓ ମାନବ

  ହୁଅନ୍ତି ପଥ ଶୂନ୍ୟ

  ସେ ହସେ ଥାଏ କିବା ବିଷ୍ଣୁଙ୍କ

  ମୋହିନୀ ରୂପ ରଙ୍ଗର ରସ

  ସେ ହସେ ସତେ କି ଥାଏ

  ବିଷ୍ଣୁଙ୍କ ମୋହିନୀ ମାୟାର 

  ସୁନ୍ଦରୀ କାମିନୀ କାଞ୍ଚନ ର ବେଶ

  ସେ ସେହି ପ୍ରେମ ରସର

  ଆକର୍ଷଣର କେନ୍ଦ୍ରବିନ୍ଦୁ

  ସେ ସେହି ଓଠ ତଳ ହସ ।


  ସେ ହସ ଯୁଦ୍ଧ ଓ ସଂଘର୍ଷ ର ହସ

  ସେହି ହସ ଦିନେ

  ରଚିଥିଲା ମହାଭାରତର ଅପଯଶ

  କନ୍ଦର୍ପଙ୍କ କାମ ବାଣ ସଦୃଶ ସେ ହସ

  କେବେ ସେ ରଚଇ ମହାସମର

  କେବେ ସାଜେ ବାର୍ତ୍ତାବହ

  ଶାନ୍ତି ଓ ପ୍ରେମର

 ସେ ହସର ହରଷ

  ହୃଦେ ଆଣେ ଉଲ୍ଲାସ

  ସେ ପ୍ରିୟା ଓଠର ହସ

  ସେ ଶିଶୁ ଓଠର ହସ

  ଶାନ୍ତି ମୈତ୍ରୀ ଓ ପ୍ରେମର

  ଦିଏ ବରାବର ସନ୍ଦେଶ

  ସେ ସେହି ଓଠ ତଳ ହସ ।     


Rate this content
Log in

Similar oriya poem from Abstract