Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

4  

Sadananda Sahoo

Inspirational

ଓଠ ତଳ ହସ

ଓଠ ତଳ ହସ

1 min
288


 ହସି ହସାଇବା ଗୀତଟେ ଗାଇବା

  ଜୀବନର ପଥପ୍ରାନ୍ତେ  

ସରସ ସୁନ୍ଦର ଜୀବନ ଆମର

  ଅନୁଭବ ଅନୁସ୍ରୋତେ ॥


ଓଠ ତଳ ହସ ନ ହେଉ ବିଲୀନ

  ଝରୁଥାଉ ନିରନ୍ତରେ

 ହସ ଫୁଲ ତୋଳି ଯିବା ଆମେ ଚଳି

  ଏ ଭବ ସଂସାରୁ ବାରେ ॥


ଦୁଃଖ ହେଉ ସୁଖ କରିବା ବରଣ

  ସଂସାରେ ସଂସାରୀ ସାଜି

ହସରେ ଲୁହରେ ମଜ୍ଜି ଯିବା ଆମେ

   ହରିନାମ ସଦା ଭଜି  ॥


ସଂସାର'ର ରଥ ସମୃଦ୍ଧିର ପଥ

  ସମୟ ଚକ୍ରରେ ବନ୍ଧା

 ଓଠତଳ ହସ ଜୀବନର ସଙ୍ଗ

  ମଧୁବନେ ମଧୁଛନ୍ଦା ॥


ହସ ଫୁଲ ମୂଲ ସତରେ ଅମୂଲ

  ଜୀବନ ପରାଣ ମିତ 

ହସ ଲିଭିଗଲେ ମନ ମରିଯାଏ

  ହୃଦୟକୁ ବାଧେ ସତ ॥


ସୁନାର ସଂସାର ହସରେ ଶୋଭିତ

   ଆଦର୍ଶର ବାର୍ତ୍ତା ବହ

 ପ୍ରିୟ ପରିଜନ ସୁଶୋଭିତ ହାର

  ହୃଦୟରେ ଭରେ ସ୍ନେହ ॥


ଜୀବନ ଜଞ୍ଜାଳେ ଦୁଃଖ ମ୍ରିୟମାଣେ

   ନ ଲିଭୁ ଓଠର ହସ

ଜଗତର ନାଥ ଦିଅ ହେ ଆଶିଷ

   ହୃଦୟରେ କରିବାସ ॥


ମଧୁପ ସମୀପ ଓଠ ତଳ ହସ

  ପ୍ରୀତିଛନ୍ଦା କାନନରେ

ସୁନାରୂପା ଫୁଲ ହୃଦେ ପରିପୂର୍ଣ୍ଣ

  ଉଙ୍କିମାରେ ଭାବନାରେ ॥



Rate this content
Log in

Similar oriya poem from Inspirational