Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Tragedy

4  

Ajit Kumar Raut

Tragedy

ଓଠ ତଳ ହସ

ଓଠ ତଳ ହସ

1 min
374


ଯନ୍ତ୍ରଣା ଦେଉଛୁ ମତେରେ ସଙ୍ଗନୀ

  ଓଠ ତଳ ହସ କିମ୍ପା

ଭୁଲତ କରିନି କିଛି ହିଁ ମୁହିଁରେ

   ହୃଦୟରୁ ନାହିଁ କିମ୍ପା ।


ଗରୀବ ହେବାରୁ କରି ପାରୁ ନାହିଁ

  ଗୃହ ଆବଶ୍ୟକ ପୂର୍ଣ୍ଣ,

କାର୍ଯ୍ୟ କରିବାରେ ହେଳା କରୁ ନାହିଁ

  ସବୁତ କରୁଛି ପୂର୍ଣ୍ଣ।


ଭାଗ୍ୟେ ଯଦି ନାହିଁ କୋଟିପତି ହେବା

  କର୍ମ କରୁଅଛି ନିତି,

ଅସତ୍ୟ ପଥରେ ଜୀବିକା କରିନି

  ପ୍ରଭୁପଦେ ଭକ୍ତି ନିତି।


ସତ୍ୟ ଧର୍ମକର୍ମେ ପଥଗାମୀ ମୁହିଁ

  ପରିଶ୍ରମ ମୋର ଧର୍ମ,

ଗୃହ ଆବଶ୍ୟକ ପୂରଣ କରିବା

  ଅଟେଟି ଗୃହସ୍ତା ଧର୍ମ।


ଗୃହ ଧର୍ମ ମୁହିଁ ଛାଡି ନାହିଁ କେବେ

  ସମଭାବ ମନ୍ତ୍ର ମୋର,

ଗୁରୁଜନ ସେବା ହୁଏ ନିରନ୍ତର

  କର୍ତ୍ତବ୍ୟ ହିଁ ଦୁହିଁଙ୍କର।


କରୁଅଛୁ ସେବା ଶାଶୁ ଶଶୁରଙ୍କୁ

  ତାହା ପାଇଁ ମନ ଦୁଃଖ,

ଓଠ ତଳ ହସ ଦେଖୁଛି ମୁଖରେ

  ତାହା ପାଇଁ କରୁ ଦୁଃଖ।


କର୍ତ୍ତବ୍ୟ ପତ୍ନୀର ସେବା ଶ୍ରେଷ୍ଠ ଧର୍ମ

  ଜାଣି ଅଛୁ ପ୍ରୀୟେ ତୁହି,

ଶିକ୍ଷିତ ଭି ଅଟୁ ଜ୍ଞାନୀ ମଧ୍ୟ ତୁହି

  କି କହିବି ପ୍ରୀୟେ ମୁହିଁ।


ହୃଦୟରୁ ହସ ଦେଖିଲେ ତହର

 ହୁଏ ମନ ପ୍ରଫୁଲ୍ଲିତ,

ପ୍ରେରିତ କରେଟି କର୍ମ କରିବାକୁ

  ହୁଏ କର୍ମ ଅଳଙ୍କୃତ।


ମଧୁର ବଚନ କହିଲେ ଟି ତତେ

  ଓଠ ତଳ ହସ କିମ୍ପା

କର୍ତ୍ତବ୍ୟ ରୁ ହେଳା କରିନାହିଁ କେବେ

  ପ୍ରେମ ହସ ନାହିଁ କିମ୍ପା ।


ଯାହା ତୁ କହୁଛି ପୂରଣା କରୁଛି

 ନାହିଁ କହି ନାହିଁ କେବେ,

ଗୃହ ପାଇଁ ସବୁ ପୂରଣ କରୁଛି

  ଅବାଟେ ଯାଇନି କେବେ।


ଦୁଇ ମାସ ହେଲା ତ ମୁଖ ମଣ୍ଡଳେ

  ପ୍ରେମ ଭରା ହସ ନାହିଁ,

କେଉଁ ବା ଯନ୍ତ୍ରଣା ହୋଇଅଛି ତୋର

  ଜାଣି ନ ପାରିଲି ମୁହିଁ।


କହ ମୋ ପ୍ରୀୟସି ହୃଦୟ ଯନ୍ତ୍ରଣା

  ପୂରଣ କରିବି ମୁହିଁ,

ଅନ୍ତରେ ବେଦନା ଦେଉଛି ଅପାର

  ଦୁଖିତ ମନଟି ତହିଁ।


ଧର୍ମପତ୍ନୀ ମୋର ଜୀବନ ସଙ୍ଗନୀ

  ଶପଥ ଟି କରିଥିଲେ,

ଝଡ଼ ଝଞ୍ଜା ଆସୁ ଆସୁ ଦୁଃଖ କଷ୍ଟ

  ଗୃହ ଧର୍ମ ଧରି ଥିଲେ।


ଅଭିଯୋଗ ନାହିଁ କରୁଛି ଗୁହାରି

  ହୃଦୟରୁ ହସି ଦିଅ,

ଓଠ ତଳ ହସ ବିଚଳିତ କରେ

  ପ୍ରେମେ ହସ ହସି ଦିଅ।


Rate this content
Log in

Similar oriya poem from Tragedy