STORYMIRROR

KRUTIBAS NAYAK

Tragedy

3  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର ଜଗୁ ଦେୱାନ

ଓଡ଼ିଆ ଜାତିର ଲଢୁଆ ବୀର ଜଗୁ ଦେୱାନ

1 min
193


ଚକ୍ରଧରପୁର ରାଜାଙ୍କ ଉଆସ ତା’ ଆଗରେ ଫାଶୀଖୁଣ୍ଟ,

ଓଡ଼ିଆ ବିପ୍ଳବୀ ଫାଶିରେ ଝୁଲିଲେ ଥରିଗଲା ପୋଡ଼ାହାଟ | 


ପୋଡ଼ାହାଟ ରାଜ୍ୟ ବିପ୍ଳବୀ ଦିୱାନ ଜଗୁନାମେ ଥିଲେ ଜଣା,

ସିପାହୀ ବିଦ୍ରୋହ କରି ସମର୍ଥନ ବିଦ୍ରୋହୀରେ ହେଲେ ଗଣା |


ରାଜାଙ୍କୁ ମତେଇ କୋହ୍ଳଙ୍କୁ ତତେଇ କଲେ ପ୍ରଜା ଆନ୍ଦୋଳନ,

ସିଂହଭୂମି ମାଟି ଉଠିଲା ପଡ଼ିଲା ଆସିଗଲେ କ୍ୟାପଟେନ |


ମୟୂରଭଞ୍ଜର ଜାମାତା ଅର୍ଜୁନ ଡରିଗଲେ ରାଜାହୋଇ,

ବିରାଟ ଯୋଜନା କରିଲେ ଫଉଜ ଜଗୁଙ୍କୁ ଧରିବା ପାଇଁ |


ସମ୍ବଲପୁରର କ୍ୟାପଟେନ-‘ଲି’ ସଢେଇକଳାର ରାଜା,

କେନ୍ଦୁଝର ଗଡ଼ ସହଯୋଗ କଲେ ଚଖାଇବେ ତାଙ୍କୁ ମଜା |


ଛନ୍ଦି ହୋଇଗଲେ କପଟ ଜାଲରେ ବିପ୍ଳବୀ ଜଗୁ ଦେୱାନ,

ନୁଇଁଲେନି ମଥା ବିଦେଶୀ ଆଗରେ ଫାଶିରେ ଦେଲେ ଜୀବନ |

000


Rate this content
Log in

Similar oriya poem from Tragedy