STORYMIRROR

KRUTIBAS NAYAK

Tragedy

3  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-16: ଦୋରା ବିଷୋୟୀ

ଓଡ଼ିଆ ଜାତିର ଲଢୁଆ ବୀର-16: ଦୋରା ବିଷୋୟୀ

1 min
219

 ଘୁମୁସର ନାମେ କରଦ ରାଜ୍ୟରେ ଚାଲିଥିଲା ପ୍ରଜାମେଳି,

କମଳ ଲୋଚନ ଦୋରା ବିଷୋୟୀଙ୍କୁ ମାନୁଥିଲେ ନେତା ବୋଲି |


ପାଇକ ପଠାଇ ଖୋରଧା ବିଦ୍ରୋହ ବିଷୋୟୀ ରଖିଲେ ତେଜି,

ତାଣ୍ଡବ ଭିଆଇ ପୁରୀକୁ ମୁହାଇଁ ମାରିଲେ ଇଂରେଜ ଖୋଜି |


ରାଜ୍ୟରୁ ବାହାରି କନ୍ଧଙ୍କୁ ହକାରୀ ଜଙ୍ଗଲ ପାହାଡ଼ ଘୂରି,

ବଡ଼ଭାଇ ପୁଅ ଚକରା ସାଥିରେ ଲଢେଇ ରଖିଲେ ଜାରି |


ଅନୁଗୁଳ ରାଜା ସୀମା ଇଲାକା ହିଁ ଥିଲା ବିଦ୍ରୋହର କେନ୍ଦ୍ର,

ସୋମନାଥ ସିଂହ ଧନ ଲାଳସାରେ କରିଦେଲେ ତହିଁ ଛିଦ୍ର |


ଇଂରେଜ ହାତରେ ଦେଇ ବିଷୋୟୀଙ୍କୁ ପାଇଲେ ବିପୁଳ ଧନ,

ଗୁଟି କାରାଗାରେ ବିଦ୍ରୋହୀ ବିଷୋୟୀ ଫାଶୀ କାଠେ ଦେଲେପ୍ରାଣ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy