STORYMIRROR

KRUTIBAS NAYAK

Tragedy

3  

KRUTIBAS NAYAK

Tragedy

ଓଡ଼ିଆ ଜାତିର ଲଢୁଆ ବୀର-15: ଦଳ ବେହେରା

ଓଡ଼ିଆ ଜାତିର ଲଢୁଆ ବୀର-15: ଦଳ ବେହେରା

1 min
298



 ପାଇକ ଆତଙ୍କ ରଣ ହୁଙ୍କାରେ ଦେଶ ଯାଇଥିଲା ଥରି,

ବକସି ଜଗବନ୍ଧୁ ଆତ୍ମ-ସମର୍ପଣେ ବିଦ୍ରୋହ ଆସିଲା ସରି |


ପାଇକ ବିଦ୍ରୋହ ଦମନ ହୋଇଲା କିଏଗଲା କଳାପାଣି,

କେତେ ଦେଶପ୍ରେମୀ ମୃତ୍ୟୁଦଣ୍ଡ ପାଇ ମରଣକୁ ଗଲେ ଜିଣି |


ତାପଙ୍ଗ ଗଡ଼ର ଦଳବେହେରା ଯେ ମାଧବ ରାଉତରାୟ,

ଦେଖାଇଲେ ନିଜ ତରବାରି ଖେଳ ଫିରିଙ୍ଗି ହେଲେ ଅଥୟ |


ହତାଶ ସେନାନୀ ପାଇକ ଦଳେଇ ଜାଗିଲେ ରଣ ହୁଙ୍କାରେ,

କର୍ଣ୍ଣେଲ ସାହେବ ତୋପ ଗୁଳିନେଇ ସଜାଇ ହେଲେ ଶଙ୍କାରେ |


ଚତୁର ଶାସକ ଗୁଜବ ରଟିଲେ ବିପ୍ଲବ ଝିମେଇଁ ଗଲା,

ଛତ୍ରଭଙ୍ଗ ଦେଲେ ସନ୍ଦେହୀ ପାଇକ ଫିରିଙ୍ଗୀ ବିଜୟୀ ହେଲା |


ଧରି ପାରିଲେନି ଦଳବେହେରାଙ୍କୁ ଶାସକ ହେଲେ ହତାଶ,

ପୁରସ୍କାର ଦେବେ ଘୋଷଣା କରିଲେ ବିତିଲା କେତେ ବରଷ |


ଲୋକେ ବୁଝିଥିଲେ ଦଳବେହେରା ଯେ ଆସିଛନ୍ତି ଅବତରୀ,

ତାଙ୍କୁ ପୁଣି କିଏ ଧରି ଆଣିଦେବ ସେହି ଆମ ଦୁଃଖହାରୀ |

>


ଏକଥା ଶୁଣିଲା ଗରିବ ନାଉରୀ କରିବ ବୋଲି ଗୁହାରି,

ବଣ ମୂଲକରେ ଖୋଜିଲା ଦେବତା ନିଜ ଦୁଃଖ ଯିବସରି |


ଜଙ୍ଗଲ ଭିତରେ ଅଜଣା ଅଚିହ୍ନା ଲୋକଟିକୁ ସେ ଭେଟିଲା,

ସେହି ଛଦ୍ମବେଶୀ ଦଳବେହରାଙ୍କୁ ଦେଖିନେଇ ପଚାରିଲା |


ଦେଖିଛ କି ଭାଇ ଦଳବେହେରା ଯେ ଗରିବର ଭଗବାନ,

ଜଣାଇବି ତାଙ୍କୁ ଏବେ ମୁଁ କେମିତି କାଟୁଛି ଦୁଃଖର ଦିନ |


ଭାସିଗଲା ଘର ବୁଡ଼ିଗଲା ଡଙ୍ଗା କେମିତି ରହିବି ବଞ୍ଚି,

କହିବି ତା’ ଆଗେ ମନଖୋଲି ଦୁଃଖ ସାହାଯ୍ୟ କରିବେ କିଛି |


ନାଉରୀ କଥାର ମରମ ବୁଝିଲେ ଖୋରଧା ଚାଲିଲେ ବୀର,

ଫିରିଙ୍ଗୀ ସାହେବ ପାଶେ ଠିଆହୋଇ କହିଲେ ଗିରଫ କର |


ଦଳବେହେରା ମୁଁ ଧରାଦିଏ ନାହିଁ ନାଉରୀ ଆଣିଛି ଧରି,

ପୁରସ୍କାର ଧନ ଦିଅ ଗରିବକୁ ଦୁଃଖ ତା’ର ଯାଉ ସରି |


ଓଡ଼ିଶା ମାଟିରେ ଦଳବେହେରାଙ୍କ ରହିଗଲା ବୀର ପଣ,

ରଚିଗଲେ ବୀର ନୂଆ ଇତିହାସ ସକଳେ କହିଲେ ଧନ୍ୟ |



Rate this content
Log in

Similar oriya poem from Tragedy