STORYMIRROR

Kalandi pal

Inspirational

4  

Kalandi pal

Inspirational

ଓଁ ପରମବ୍ରହ୍ମ

ଓଁ ପରମବ୍ରହ୍ମ

1 min
383

ଓଁ ପରମବ୍ରହ୍ମ


ଚିର ସୁନ୍ଦର ଚତୁର ଚଉସାର.

ଚତୁଃଶାଳ ଖୋଲି ବସିଛ ଚକ୍ରଧର. ll


ଚଉମଥା ନତ ମସ୍ତକେ ଯାହାର.

ଚଉସମ ବାସେ ପୂର୍ଣ୍ଣ ନିରନ୍ତର. ll


ଚକ୍ରତୀର୍ଥେ ଚଉବର୍ଗର ପ୍ରତୀକ.

ଚଉପାଶେ ଚକମକର ଚମକ. ll


ଚଉଦିଗେ ଚଉବାହାଙ୍କ ଚକିତ.

ଚତୁର୍ଦ୍ଧାମ ଚରିତାର୍ଥ ତ ତ୍ୱରିତ. ll


ଚନ୍ଦ୍ରକାନ୍ତି ରୂପ ଚତୁର୍ଦ୍ଧା ବିଗ୍ରହ.

ଚନ୍ଦ୍ରାତି ବିରାଜେ ଚପଳା ପ୍ରବାହ. ll


ଚତୁରଙ୍ଗ ଚଟୁଲୋଳ ଚକ୍ରବର୍ତ୍ତୀ.

ଚକ୍ରତୀର୍ଥ ଚଉବର୍ଗରେ ତ କ୍ଷ୍ୟାତି. ll


ଚଳନ୍ତି ପ୍ରତିମା ଚନ୍ଦନ କର୍ପୁରେ.

ଚିରନ୍ତନ ସେବା କରନ୍ତି ଯାହାରେ. ll


ଚରଣାମୃତକୁ କରେ ଯେ ଚରଣୀ.

ଚରିତାର୍ଥ ଲଭେ ତାହାର ଜୀବନୀ. ll

   ଜୟ ଜଗନ୍ନାଥ

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational