ଓଁ ନମଃ ଭଗବତେ ବାସୁଦେବାୟ
ଓଁ ନମଃ ଭଗବତେ ବାସୁଦେବାୟ


ମଙ୍ଗଳା ଚରଣ
"କ "ଠାରୁ "କ୍ଷ "(ରାଗ.. ଚୋଖି )
ଚ, ଛ, ଜ, ଝ, ଞ
(ଚ)
ଚିତ୍ର ବିଚିତ୍ର ଶରୀର ବିଚିତ୍ର ଜଗତେ ନର
ରଚନାରେ ରଚିତ ସେ ଅତି ରୁଚିର l
ଚକିତ ଶ୍ରୀନରହରି ମାନବକୁ ସୃଷ୍ଟି କରି
ସଂସାର ସୃଷ୍ଟିରେ ଶ୍ରେଷ୍ଠ ନର ଶରୀର l
ଚତୁର ବିଚକ୍ଷଣ ବୁଦ୍ଧି
ଚିନ୍ତା କରି ପାରେ ସର୍ବ ଶୁଦ୍ଧି ଅଶୁଦ୍ଧି l
(ଛ )
ଛପନ କୋଟି ସଂଖ୍ୟାରେ ଜୀବ ସୃଷ୍ଟି ସଂସାରରେ
ତା ମଧ୍ୟେ ଦୁର୍ଲ୍ଲଭ ମାନବ କଳେବର l
ଛତିଶ ପାଟକ ଜାତି ଚାରି ବର୍ଣ୍ଣରୁ ଉତ୍ପତି
ସକଳେ ସମ ବିସମ କର୍ମ ମାତର l
ଛନ୍ଦ ମନ୍ଦ ନରହୁ ମନେ
ଛନ୍ଦି ହେଉ ମତି ମୋର ଛନ୍ଦା ଚରଣେ ।
(ଜ )
ଜଗତ ଜନ ଜୀବନ ପ୍ରଭୁ ପତିତପାବନ
ସକଳ ଜୀବରେ କର
ି ସମ କରୁଣା l
ଜାଣିଲେ ବ୍ରହ୍ମରୁ କୀଟ ବ୍ରହ୍ମାଣ୍ଡେ ହରି ପ୍ରକଟ
ଆତ୍ମାକୁ ନଚିହ୍ନି ପ୍ରାଣୀ ହୁଅଇ ବଣା l
ଜୀବେ ଦୟା ଭାବ ପ୍ରକାଶି
ଜଗତେ ଜୀବ ସର୍ଜିଲେ କରୁଣା ରାଶି l
(ଝ )
ଝର ମକରନ୍ଦ ପଦେ ସୁଖେ ଅବା ଅବସାଦେ
ରଖି ପାରିଲେ ମନ ମନାଇ ଆୟତ୍ତ l
ଝରିବ କରୁଣା ବାରି ଭବ ସିନ୍ଧୁ ହେବ ପାରି
କାଳପାଶ ବନ୍ଧନରୁ ହେବ ମୁକତ l
ଝରଣା ପ୍ରାୟକ ଜୀବନ
ଝରି ମିଳେ ତଟିନୀରେ ସତ୍ତା ବିହୀନ l
(ଞ )
ନର ତନେ ନାରାୟଣ ବିରାଜମାନ ହୋଇଣ
ଆତ୍ମା ରୂପେ ଖେଳୁଛନ୍ତି ହୃଦ କନ୍ଦରେ l
ନିର୍ବିକାର ନିରାକାର ଅବିଲୋକ ଅଗୋଚର
ନଥାଏ ଦୁଃଖ ଶୋଚନା ଭଲ ମନ୍ଦରେ l
ନହୁଅଇ ସୃଷ୍ଟି ବିନାଶ
ନୀତିଜ୍ଞ ଚିହ୍ନଇ ହେଲେ ଜ୍ଞାନ ବିକାଶ l