STORYMIRROR

Debadatta Jena

Inspirational

3  

Debadatta Jena

Inspirational

ଓଁ ଗୁରୁଭୈ ନମଃ...

ଓଁ ଗୁରୁଭୈ ନମଃ...

1 min
230

ଅ, ଉ ରୁ ଆରମ୍ବ, ମ' ରେ ଶେଷ, 

    ବିସର୍ଗେ ବିଲୟ, ବିନ୍ଦୁ ଅବଶେଷ, 

       ଉ' ରୁ ଉତ୍ପତି, ହ କ୍ଷ ରେ ଉତ୍ଥାନ, 

     ୟ, ଲ ଭାଜକ, ଅନସ୍ୱର ଭାଗଶେଷ, 

  ଓଁ ରେ ବିଭାଜ୍ୟ, ଓଁ ଭାଗଫଳ, 

 ଓଁ ହିଁ ଭାଜ୍ୟ, ଓଁ ପୂର୍ଣ୍ଣ ସଚରାଚର 

ଗୁରୁ ହିଁ ସାରାଂଶ, ଗୁରୁ ପରାତ୍ପରଃ..!


     ଗୁରୁ ଯେ ବିଶେଷ୍ୟ, ଗୁରୁ ବିଶେଷଣ, 

        ଗୁରୁଙ୍କ ଆଶିଷ, ଜୀବନ ସାର୍ଥକ, 

      ସେ ହିଁ ଅ' କାର, ସେ ତ ଆ'କାର, 

    ତାହାଙ୍କ ସୃଷ୍ଟିରେ, ଜୀବନ ସଫଳ, 

  ସେ ହିଁ ଆକାର, ସ୍ୱୟଂ ନିରାକାର, 

ସ୍ୱୀୟ ପରଂବ୍ରହ୍ମ, ସାଷ୍ଟାଙ୍ଗ ପ୍ରଣମ୍ୟ.. !


      ସେ ହିଁ ଆଲମ୍ବ, ସେ ଅବଲମ୍ବନ, 

        ସୃଷ୍ଟି ଓ ସ୍ଥିତିରେ ପରମ କାରଣ, 

      ଜଗତ ତାରଣ, ଜୀବ ଉଦ୍ଧରଣ, 

    ଆଲୋକ ବର୍ତ୍ତିକା, ଅନ୍ଧକାରର, 

   ଅଜ୍ଞାନ ତିମିରେ, ଜୀବନାଲୋକ, 

ମାର୍ଗ ଦର୍ଶନେ, ସେ ଧରାବତରଣ.. !


   ଗୁରୁ ଯେ ଅବଶ୍ୟ, ଗୁରୁ ଅବଶେଷ, 

      ଗୁରୁ ପାଦ ପଦ୍ମେ, ପ୍ରାରମ୍ଭ, ପ୍ରାରବ୍ଧ, 

         ଗୁରୁ ହିଁ ମୋକ୍ଷ, ଗୁରୁ ପରମାର୍ଥ, 

       ଶ୍ରୀଗୁରୁ ଚରଣେ, ସ୍ୱତଃ ମଥାନତ, 

      ସେ ହିଁ ପୂଜ୍ୟ, ସ୍ୱୀୟ ଆଶୀର୍ବାଦ, 

    ତାଙ୍କରି ସାନ୍ନିଧ୍ୟ, ଏ ଜୀବନ ଧନ୍ୟ, 

  ମଙ୍ଗଳମୟ, ସର୍ବ ପରମ ଆନନ୍ଦ, 

ଓଁ ଶ୍ରୀଗୁରୁ ଦେବାୟ, ପ୍ରାଣାମାମି ନମଃ..!


  ତ୍ୱ ମେବ ମାତାଶ୍ଚ ପିତା ତ୍ୱ ମେବ, 

      ତ୍ୱ ମେବ ବନ୍ଧୁଶ୍ଚ ସଖା ତ୍ୱ ମେବ, 

   ତ୍ୱ ମେବ ବିଦ୍ୟା, ଦ୍ରବିଣ ତ୍ୱ ମେବ, 

ତ୍ୱ ମେବ ଦେବ ମମଦେଵଃ ଦେବ.. !


    ଓଁ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ 

       ମହେଶ୍ୱର, ଗୁରୁ ସାକ୍ଷତ ପରଂବ୍ରହ୍ମ, 

          ତସ୍ମୟୀ ଶ୍ରୀ ଗୁରୁଃଭୈ ନମଃ.. !


        ସକଳ ତୀର୍ଥ ସେ ଚରଣେ, ଅହଂ 

     ବଦ୍ରିକା ଯିବି କି କାରଣେ, 

  ଗୁରୁଙ୍କୁ ନଂ ମଣିବ ନରଃ, 

ଗୁରୁ ଯେ ସାକ୍ଷତ ଈଶ୍ୱର..!


 @ଇନ୍ଦ୍ରଧନୁର ରଂଗ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational