STORYMIRROR

Henarani Senapati

Action Inspirational Others

3  

Henarani Senapati

Action Inspirational Others

ଓମିକ୍ରନ

ଓମିକ୍ରନ

1 min
133

ବିଶ୍ବରେ ମୃତ୍ୟୁର ତାଣ୍ଡବ ରଚିଲା

          କରୋନା ସେ ମହାମାରୀ ।

କଳା ମେଘପରି ଘୋଟିଗଲା ସିଏ

           ଜୀବନ ନେଲା ସବୁରି ।।


ଓମିକ୍ରନ ନାମେ ଆସି ମହାମାରୀ

           କେତେ ଦହଗଞ୍ଜ କରେ ।

ଥଣ୍ଡା ଜ୍ବର ଛିଙ୍କ ଢାଳି ଦେଇ ସିଏ

           କେତେ କଷ୍ଟ ମନେ ଭରେ।।


ମାନବ ସମାଜ ଭୟଭିତ ଆଜି

           ଓମିକ୍ରନ ଆତଙ୍କରେ ।

ଅକାରଣେ ଯାଏ ନିରିହ ଜୀବନ

           କେତେ ହଟହଟା କରେ ।।


ସତରେ କି ଆଜି ସମାଜ ବାଛନ୍ଦ

           ଘଟିଅଛି ଚତୁର୍ଦ୍ଦିଗେ ।

କେହି ତ କାହାକୁ ସ୍ପର୍ଶ କରୁନାହିଁ

           ଓମିକ୍ରନ ଛିଡା ଆଗେ ।।


ଶୂନ୍ୟ ରାସ୍ତା ଘାଟ ଶୂନ୍ୟ ଜନପଥ

          ଶୂନ୍ୟ ମୋ ବଡ ଦେଉଳ ।

ଶୂନ୍ୟରେ ଘୋଟିଲା ଅକାଳ ବେମାରି

           ଶୂନ୍ୟରେ ସେ ହେଲା କାଳ ।।


କେଉଁ ଆଡୁ ଆସି ଅଦୃଶ୍ୟ ବେମାରି

          ବାଛି ବାଛି ପ୍ରାଣ ନେଲା ।

କାହା ପୁତ୍ର ନେଲା ସ୍ୟାମୀଙ୍କୁ ଯେ ନେଲା

           କାହାର ଝିଅକୁ ନେଲା ।।


ସାମ୍ବାଦିକ ପୁଣି ଟିଭି ତାରକାଙ୍କୁ

           ଅସମୟେ ଘେନି ଗଲା ।

ବୃଦ୍ଧ ବୃଦ୍ଧାଙ୍କୁ ସେ ଛାଡିଲା ତ ନାହିଁ,

           ବହୁ କଷ୍ଟେ ପ୍ରାଣ ନେଲା ।।


ଏବେ ଏବେ ନୂଆ ଖବର ତ ଦେଲେ

             ଆମେରିକାର ଡକ୍ଟର ।

ଆଫସିନ୍ ପୁଣି ଇମରାନି ନାମେ

            ବିଶେଷଜ୍ଞ ହୃଦରୋଗର ।।


ଥଣ୍ଡା ଜ୍ବର ଇଏ ଅତି ସାଧାରଣ

           ପ୍ରାକୃତିକ ଟିକା ଭଳି ।

ଓମିକ୍ରନ ଟିକା ବିପଦ ନୁହଁଇ

           ଥଣ୍ଡା ଦବାଇବ ଖାଲି ।।


ସବୁ ପରକାର ପ୍ରଚେଷ୍ଟା ଚାଲିଛି

           ବିଦା ହେବ ଓମିକ୍ରନ ।

ରିପୋର୍ଟ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଘ

            ଅସ୍ବସ୍ତିକର ତ ମନ ।।



Rate this content
Log in

Similar oriya poem from Action