STORYMIRROR

Lilabati Padhi

Tragedy

4  

Lilabati Padhi

Tragedy

ଓମିକ୍ରନ

ଓମିକ୍ରନ

1 min
368

କାହିଁକି ଆସିଲ ପୁଣି ଆଉ ଥରେ

ନୁଆଁ ଏକ ନାଁ ନେଇ,

ଏତେ ହାହାକାର, ଦୁଃଖ, ଶୋକଦେଖି

ତୁମ ମନ ପୁରିନାହିଁ ll

କାହିଁକି ଅଶାନ୍ତ ଅଟ ତୁମେ କୁହ

କି ରାଗ ଏ ଜାତି ଉପରେ,

କ୍ଷୁଧା କାହିଁ ତୁମେ ଶାନ୍ତ ହୁଏନାହିଁ 

କେତେ ଭୋକ ତୁମ ପେଟରେ ll

ଦେଖିକି କି ପାରୁନ ଖଟିଖିଆଟିର

ଭୋକିଲା ପେଟର କଷ୍ଟ,

ଦରିଦ୍ର ଛୁଆର ନିରୀହ ଚାହାଁଣି

ପୁରା ପରିବାର ନଷ୍ଟ ll

କାହାକୁ କଲଣି ପିତୃ ହରା ତୁମେ

ଦୁନିଆକୁ ନଦେଖୁଣୁ,

କା ମଥା ସିନ୍ଦୁର ଧୋଇଦେଲ ତୁମେ

ଓଢଣୀ କୁ ଟାଣୁ ଟାଣୁ ll

ମାନବ ଜାତିରୁ ମାନବିକତା କୁ

ତୁମେ ତ ହଜାଇ ଦେଲ,

କଅଁଳl ଶିଶୁଟା ବିକଳେ ବାହୁନେ

ମା ବାପା ଛଡେଇ ନେଇ ll

ଅବଶ୍ୟ ମାନୁଛି ଭୁଲ ବି ଆମର

ଅଧର୍ମ, ଅନ୍ୟାୟ କଲୁ,

ସ୍ୱଜାତି, ସ୍ବଧର୍ମ ଭୁଲିଯାଇ ଆମେ

ହିଂସା ଧର୍ମ ଆଚରିଲୁ ll

ବାହା ହେଲାପରେ ସ୍ତ୍ରୀ ଛୁଆ ଧରି

ବିଦେଶେ ରହିଲୁ ଯାଇ,

ବାପା ଓ ମଁl ଙ୍କୁ ବୃଦ୍ଧାଶ୍ରମେ ଆଉ

କଂସେଇ ହାତରେ ଗାଈ ll

ପୂଜା କି ପରବ, ବ୍ରତ, ଉପାସନା

ସଞ୍ଜବତୀ ନାହିଁ ସଞ୍ଜରେ,

ନିଜ ସଂସ୍କାର କୁ ଭୁଲିଯାଇ ଆମେ

ଡ୍ୟାନ୍ସ କରୁଛୁ ବାହାରେ ll

କଷ୍ଟହୁଏ ବୋଲି ଦୋଷ ଦିଏ ସିନା

ଆମ ଭୁଲ ମୁଁ ବୁଝୁଛି,

ତଥାପି କହିବି ଶାନ୍ତହୁଅ ତୁମେ

ହାତଯୋଡ଼ି କ୍ଷମା ଚାହୁଁଛି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy