STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଓଡ଼ିଶାର ଟେକ ରଖିବ

ଓଡ଼ିଶାର ଟେକ ରଖିବ

1 min
17

ବାପା ଙ୍କୁ କହିଲ ଡେଡ଼      

ଖଟ କୁ କହିଲ ବେଡ଼

ମାଆ ଙ୍କୁ କହିଲ ମମ

ଗୁରୁମାଆ ଙ୍କୁ କହିଲ ମେମ...


ଗୁରୁ ଙ୍କୁ କହିଲା ସାର

ବନ୍ଧୁ ଙ୍କୁ କହିଲ ୟାର

ଭାଇ କୁ କହିଲା ବ୍ରଦର...


ଭଉଣୀକୁ କହିଲା ସିସ୍

ସ୍ତ୍ରୀ ଙ୍କୁ କହିଲ ମିସ୍ ଆଉ

ଖାଇବାକୁ କହିଲ ଡିସ୍

ଇଇଇଇସ୍ ସ୍ ସ୍.......


ମାତୃଭାଷା ର ଅକ୍ଷର ଜାଣିନ

ଚୋବୋଉଛ ଇଙ୍ଗିଲିସ୍,..


ଉତ୍କଳ ଦିବସ ମାନେ ଜାଣିନାହଁ

କହୁଛ ଏପ୍ରିଲଫୁଲ

ଓଡ଼ିଆ ଭାଷାରେ ଯାହା କହୁଛ

ଶହେ ରେ ନବେ ଭୁଲ,,..


ଓଡିଶା ମାଟିର ଜନମ ହୋଇଲ

ପାଣି ପବନରେ ବଢ଼ିଲ

ଓଡ଼ିଆ ଭାଷାକୁ ପଛରେ ପକେଇ

ବିଦେଶୀ ଭାଷା କୁ କହିଲ....


ବିଦେଶୀ ଭାଷା ଶିଖିବା ପାଇଁକି

କିଏ କରୁଅଛି ମନା

ମାତୃଭାଷା କୁ ଅଣଦେଖା କଲେ

ରୁପା କି ହୋଇବ ସୁନା...


ମାତୃଭାଷାରେ କଥାବାର୍ତ୍ତା ହେଲେ

ବନ୍ଧୁ ବାନ୍ଧବ ବୁଝିବେ

ବିଦେଶୀ ଭାଷାରେ କଥାବାର୍ତ୍ତା ହେଲେ

ପାଗଳ ଟା ବୋଲି କହିବେ....


ଓଡ଼ିଆ ବୋଲି ଯଦି ଗର୍ବ କରୁଛ

ଓଡ଼ିଆ ରେ କଥା କହିବ,

ମାତୃଭୁମି ମାତୃଭାଷା ର ମମତା

ମାନ ମହତ କୁ ରଖିବ.....


ଓଡ଼ିଶା ମାଆ ର ଇଜ୍ଜତ ରଖି

ଓଡ଼ିଶାର ଟେକ ରଖିବ

ଗର୍ବରେ ନିଜ ଛାତିକୁ ଫୁଲେଇ

ବନ୍ଦେ ଉତ୍କଳ ଜନନୀ ଗାଇବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational