STORYMIRROR

BISWESWAR MAJHI

Classics

2  

BISWESWAR MAJHI

Classics

ଓଡିଶାର ଦିଶା

ଓଡିଶାର ଦିଶା

1 min
125

ଯେ ଦେଶର ନେତା ସ୍ୱୟଂ ନାରାୟଣ ନୀଳାଚଳେ ଜଗନ୍ନାଥ

ମହୋଦଧି କୁଳେ ପଞ୍ଚୁକ୍ରୋଶୀ କ୍ଷେତ୍ର ପତିତପାବନ ନାଥ 

ଯଯାତି କେଶରୀ ଚୋଳଗଙ୍ଗ ଦେବ ପୁରୁଷୋତ୍ତମ ଅନଙ୍ଗ

ଐର ଖାରବେଳ ଖୋରଧା ପାଇକ ଟେକ ବାରବାଟୀ ଦୁର୍ଗ। 

ପୁରୀ କୋଣାରକ ଚାରୁ କାରୁ କଳା ମୁକ୍ତେଶ୍ୱର ରାଜା ରାଣୀ

ଜାଭା ବୋର୍ଣିଓ ବାଲି ସୁମତରା ଦ୍ୱୀପରେ ହୃଦୟ ଜିଣି

ସୁନା ହୀରା ହାତୀଦାନ୍ତ କାରବାର କଳା ସାହିତ୍ୟ ସଂସ୍କୃତି

ଆଦାନ ପ୍ରଦାନ ଧରମ ପ୍ରଚାର ସବୁଥିରେ ଥିଲେ ଜିତି

ମାହାରୀ ନାଚରୁ ଗୋଟି ପୁଅ ନାଚ ଓଡିଶୀ ସମ୍ବଲପୁରୀ

ଛଉ ନାଚ ସାଥେ ପାଇକ ଆଖଡା କିଏ ହେବ ତାହା ସରି

ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଗଠନ ଓଡିଶା

ଓଡିଆ ହୋଇଛି ଏକମାତ୍ର ଅ-ଦକ୍ଷିଣ ସାସ୍କୃତିକ ଭାଷା

ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ

ସନ୍ଥ କବି ଗାଇ ଜାତି ସଙ୍ଘଠାରେ ଲେଖା ପ୍ରକାଶିତ ଯହୁଁ

ଉତ୍କଳମଣିଙ୍କ କାର୍ଯ୍ୟ ଶୈଳୀ ଦେଖି କହିଲେ ଗାନ୍ଧୀ ମହାତ୍ମା 

ଗୋପବନ୍ଧୁ ପରି ସେବକ ପାଇଲେ ଧନ୍ୟ ହେବ ଦେଶ ଆତ୍ମା

ବିଜୁ ଡାକୋଟାରେ ଇଣ୍ଡୋନେସିୟାର ସୁକର୍ଣ ଉଦ୍ଧାର କରି

ବିଶ୍ୱ ଯୁଦ୍ଧେ କଲେ ଋଷକୁ ସାହାଯ୍ୟ କାଶ୍ମୀରରେ ସେନା ଉତ୍ତାରି

ଦିଲିପ ପ୍ରବୋଧ ଇଗ୍ନେସ୍ ଲାଜରସ୍ ଦୀପ୍ ଗ୍ରେସ୍ ସୁନିତା

ହକି ଇଣ୍ଡିଆର ତାରକା ପାଲଟି ଓଡିଶା ନାମ ଭଣିତା

ନବୀନଙ୍କ ଆୟୋଜନ ମହାକୁମ୍ଭ ବିଶ୍ୱକପ୍ ହକି ଖେଳ

କଳିଙ୍ଗ ପଡିଆ ଭୁବନେଶ୍ବରର କଳିଙ୍ଗ ଗୌରବ ମାଳ

ଶ୍ରଦ୍ଧାଞ୍ଜଳୀ ଫୁଟବଲ ଭାରତୀୟ ଦଳର ଅଧିନାୟକ

ରଚିତା ସହିତ ଅନୁରାଧା ପୁଣି ଦୂତୀ ଚାନ୍ଦ ଦୌଡ ଟେକ

ପଦ୍ମିନୀ ରାଉତ ଚେସ୍ ଖେଳରେ ବାଳୁତ କାଳୁ ବିଜୟୀ

କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମାନ୍ତରାଳ ବା କାହିଁ

ସ୍ୱକୀୟ ପ୍ରଜ୍ଞାରେ ପରିଚିତ ବିଜୁ ତନୟା ଗୀତା ମେହେଟ୍ଟା

ବାଲୁକା କଳାରେ ସୁଦର୍ଶନ ଚଳଚ୍ଚିତ୍ରରେ ଦାସ ନନ୍ଦିତା

ବନ୍ୟା ବାତ୍ୟା ସିନା ଆଜନ୍ମ ଭଗାରି ଦରିଦ୍ରତମ ରାଇଜ

ତ୍ୱରିତ ସୁରକ୍ଷା ପଦକ୍ଷେପ ସାରା ବିଶ୍ୱରେ ଦୁନ୍ଦୁଭି ନାଦ

କରୋନା ଆସିଲା କୋକୁଆ ପରାୟେ ମୁକାବିଲାରେ ଅଗ୍ରଣୀ

ଶେଷ ସ୍ୱାଧୀନ ଏ ରାଇଜ ଭାରତେ ହେବ କି ଦେଶର ମଣି

ଭାରତ ପଙ୍କଜେ ଦଳ ପ୍ରାୟ ଶୋଭେ ପୁଣ୍ୟ ଭୂମି ମୋ ଓଡିଶା

ଏହା ସମ ଦେଶ ନାହିଁ ମହୀତଳେ ସ୍କନ୍ଦ ପୁରାଣ ପ୍ରଶଂସା      


Rate this content
Log in

Similar oriya poem from Classics