ଓଡ଼ିଶା ଭରିଛି ଅସୁମାରୀ କୀର୍ତ୍ତି
ଓଡ଼ିଶା ଭରିଛି ଅସୁମାରୀ କୀର୍ତ୍ତି
ଆମ ଏ ଓଡ଼ିଶା ଭୂଖଣ୍ଡ ଭରିଛି ଅନନ୍ତ ଓ
ଅସୁମାରୀ କୀର୍ତ୍ତିରାଜିରେ
ବହୁକ ଦେଉଳ, ମଠ ଓ ମନ୍ଦିର ରହିଛି
ଏ ମାଟିର କୋଣାନୁକୋଣରେ l
ସମୃଦ୍ଧ ଉତ୍କଳ ପ୍ରଦେଶ ସାହିତ୍ୟ, ସଂସ୍କୃତି,
ନୃତ୍ୟ ଓ ସଂଗୀତ ଉତ୍କୃଷ୍ଟ କଳାରେ
ଗୌରବମୟ କାହାଣୀ ଘଟି ଯାଇଛି ଏଇ
ଆମ ଅତୀତ ଓ ଇତିହାସରେ l
ଶ୍ରୀ ନୃସିଂହ ଅବତାର ହେଉଛନ୍ତି ଶ୍ରୀବିଷ୍ଣୁଙ୍କ
ମୁଖ୍ୟ ଦଶ ଅବତାର ମଧ୍ୟରେ
ନୃସିଂହଙ୍କର ଅନେକ ମନ୍ଦିର ମିଳିବ ପୁରୀରେ,
ଶ୍ରୀମନ୍ଦିରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ l
ବରଗଡ଼ ଜିଲ୍ଲାର ଶ୍ରୀ ନୃସିଂହନାଥ ମନ୍ଦିର
ସର୍ବ ପରିଚିତ ଓଡ଼ିଶାରେ
ନୃସିଂହ ମନ୍ଦିରଟି ବହୁ ପୁରାତନ କଟକ ଜିଲ୍ଲା
ସାଲେପୁରର ପୂର୍ବକଛ ଗ୍ରାମରେ l
ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପାରିବାସୁଦେଇପୁର
ଗ୍ରାମରେ ଥିବା ନୃସିଂହ ମନ୍ଦିରଟି
ମାଙ୍କଡ଼ା ପଥରରେ ନିର୍ମିତ ହୋଇଛି ପରା ଦଶମ
ଶତାବ୍ଦୀରେ ଏହି ପୁରାତନ ମନ୍ଦିରଟି l
