STORYMIRROR

Ajit Kumar Raut

Abstract Inspirational

4  

Ajit Kumar Raut

Abstract Inspirational

ଓଡ଼ିଆ ସାହିତ୍ୟର ଜନକ

ଓଡ଼ିଆ ସାହିତ୍ୟର ଜନକ

1 min
318

ଫକୀରମୋହନ ଓଡ଼ିଆ ଗୌରବ

  ବ୍ୟାସକବି ସେହୁ ଥିଲେ,

ପବିତ୍ର ଜୟନ୍ତୀ ଆଜି ହିଁ ତାଙ୍କର

  ଗୌରବ ରାଷ୍ଟ୍ରକୁ କଲେ।


ଶ୍ରଦ୍ଧାଞ୍ଜଳି ତାଙ୍କ ଚରଣେ ଆମର

  ଭକ୍ତିପୂର୍ଣ୍ଣ ପୁଷ୍ପାଞ୍ଜଳି,

ବିଚ୍ଛନ୍ନାଚଳର ପବିତ୍ର ଭୂମିରୁ

  ଶ୍ରଦ୍ଧାଞ୍ଜଳି ପୁଷ୍ପାଞ୍ଜଳି।


ଓଡ଼ିଆ ଗୌରବ ଓଡ଼ିଆ ଜନକ

  ଓଡ଼ିଆ ଆଦର୍ଶ ଥିଲେ

ଆଧୁନିକ ରୂପ ଓଡ଼ିଆ ସାହିତ୍ୟେ

  ସେହୁ ରାଷ୍ଟ୍ରେ ଦେଇ ଥିଲେ।


ମକର ପାର୍ବଣ ସଂକ୍ରାନ୍ତି ଭି ଆଜି

  ପୂର୍ଣ୍ଣ ଦିନ ଆଜି ଭବେ,

ସୂର୍ଯ୍ୟ ଦେବଙ୍କର ଉତ୍ତରାୟଣଟି

  ହେବ ସବୁ କାର୍ଯ୍ୟ ଭବେ।


ଖୁସି ଆନନ୍ଦରେ ବିଚ୍ଛନ୍ନା ଭୂମିଟି

  ଓଡ଼ିଆ ପାର୍ବଣ ଏହୁ,

ଫକୀରମୋହନ ଜୟନ୍ତୀଟି ପୁଣି

  ପବିତ୍ର ଦିନଟି ଏହୁ।


ଭକ୍ତିପୂତ ସର୍ବେ ତାଙ୍କରି ଚରଣେ

  କୋଟି କୋଟି ପ୍ରଣିପାତ,

ଓଡ଼ିଆ ଜନକ ବ୍ୟାସକବି ସେହୁ

  ଭକ୍ତିପୂର୍ଣ୍ଣ ପ୍ରଣିପାତ।


ପବିତ୍ର ଦିନରେ ପବିତ୍ର ପ୍ରାଣଟି

  ତ୍ୟାଗ କଲେ ଭିସ୍ମ ଦେବ,

ଏହୁ ଦିନେ କବି ଫକୀରମୋହନ

  କଲେ ପ୍ରାଣ ତ୍ୟାଗ ଦେବ।

       

ମକର ପାର୍ବଣ ବିଚ୍ଛନ୍ନାଚଳର 

  ପବିତ୍ର ପାର୍ବଣ ଏହୁ

ନୂଆ ପୋଷାକରେ ଭୂଷିତ ହିଁ ସର୍ବେ

  ଆନନ୍ଦ ଉଲ୍ଲାସେ ସେହୁ।


ପୂନ୍ୟ ତିଥି ପୁଣି ସଂକ୍ରାନ୍ତି ମକର

  ଉତ୍ସାହେ ବିଚ୍ଛନ୍ନାଚଳ,

ପ୍ରଭାତୁ ସ୍ନାହାନ ଭକ୍ତିପୂତ ଚିତେ

  ସାରିଣ ଗୃହ ଜଞ୍ଜାଳ।


ନୂତନ ବସ୍ତ୍ରରେ ଧାରଣ ଶରୀର

  ଗୁରୁଜନ ପ୍ରତି ଭକ୍ତି,

ମନ୍ଦିରେ ମନ୍ଦିରେ ପୂଜା ଓ ଅର୍ଚ୍ଚନା

  ଓଡ଼ିଆଙ୍କ ପ୍ରେମ ଭକ୍ତି।


ତିଳଲଡ୍ଡୁ ଅଟେ ପ୍ରୀୟ ବସ୍ତୁ ଆଜି

  ଗ୍ରହଣ ଅତି ଆଦରେ,

ଖୁସିର ମକର କହି କହି ଜନେ

  ମିଳନ ଅତି ଆତରେ।


ଏକତା ସନ୍ଦେଶ ଦିଏ ଏ ପାର୍ବଣ

  ଓମିକ୍ରନ୍ ଡ଼ର ପୁଣି,

ଡ଼ାକ୍ତର ବାବୁଙ୍କ ପରାମର୍ଶ ମାନି

  ମାସ୍କ ପିନ୍ଧିଛନ୍ତି ପୁଣି।


ଦୂରତ୍ୱ ରଖନ୍ତି କର୍ତ୍ତବ୍ୟରେ ରହି

  ସୁରକ୍ଷାର ମନ୍ତ୍ର ଧରି,

ଆନନ୍ଦ ଉତ୍ସାହେ ନାହିହିଁ ନିଅଁଟ

  ଏକତ୍ରିତ ମନ୍ତ୍ର ଧରି।


ଜଗନ୍ନାଥ ଭକ୍ତି କରନ୍ତି ଭକ୍ତିରେ

  ଆଜିର ପବିତ୍ର ଦିନେ,

ଓଡ଼ିଆଙ୍କ ଭୂମି ଜଗନ୍ନାଥ ଭୂମି

  ଭକ୍ତିମୟ ଆଜି ଦିନେ।


ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନଟି

  ଦେଶବାସୀଙ୍କୁ ଟି ଆମ,

ଶୁଭମୟ ହେଇ ଆମରି ଏ ରାଷ୍ଟ୍ର

 ରୋଗମୁକ୍ତ ହେଉ ଆମ।


Rate this content
Log in

Similar oriya poem from Abstract