STORYMIRROR

Sudeshna Pradhan

Abstract Classics Inspirational

4  

Sudeshna Pradhan

Abstract Classics Inspirational

ଓଡ଼ିଆ ନବବର୍ଷ

ଓଡ଼ିଆ ନବବର୍ଷ

1 min
394


ବସନ୍ତର ଶେଷେ ନିଦାଘଯେ ଆସେ

ରୌଦ୍ର ତାପେ ବଢେ ଶୋଷ

ବିଷୁବ କ୍ଷେତ୍ରରେ ଲମ୍ବ କିରଣରେ

ଗ୍ରୀଷମ ଋତୁ ପ୍ରକାଶ l


ଚଇତ୍ର ଶେଷରେ ରାମ ନବମୀରେ

ବିଷ୍ଣୁ ନେଲେ ଅବତାର

ମହା ରୁଦ୍ର ଶିବ ତିଥିଯେ ବିଷୁବ

ଜନ୍ମ ପବନ କୁମର l


ଶ୍ରେଷ୍ଠ ରାମ ଭକ୍ତ  ବୀର ହନୁମନ୍ତ

ସଦା ଜପେ ରାମ ନାମ

ଜ୍ଞାନ ବୁଦ୍ଧି ସାର  ଅଞ୍ଜନା କୁମର

ସେବାରେ ସେବେ ଶ୍ରୀରାମ l


ପୁଣ୍ୟ ଜନ୍ମ ଦିନ ଆନନ୍ଦେ ପାଳନ

ପୂଜା ପାଠ ଯଜ୍ଞ ବ୍ରତ 

ସଂକ୍ରାନ୍ତି ହୋମରେ  ଚାଳିଶା ଗାନରେ

ପରିବେଶ ମୁଖରିତ l


ଉତ୍କଳ ପ୍ରଦେଶ  ସଂସ୍କୃତିର ଦେଶ

ବର୍ଷର ପ୍ରଥମ ମାସ

ବୈଶାଖ ମାସର ପ୍ରଥମ ଦିନର

ଅଭ୍ୟର୍ଥନ ନବ ବର୍ଷ l


ଭାସ୍କର ଆଭାରେ  ଶ୍ରୀହୀନ ଶରୀରେ

ପ୍ରକୃତି ରାଣୀର ଖେଦ

ଶୁଷ୍କ ତରୁ ଲତା ନଷ୍ଟ ସବୁଜତା

ଚାତକେ ଚାହେଁ ବାରିଦ l


ଜଳ ହିଁ ଜୀବନ ବୃକ୍ଷେ କର ଦାନ

ପଣା ଦେଇ ବୃନ୍ଦାବତୀ

କଦଳୀ ନାବାତ  ଛେନା କ୍ଷୀର ଘୃତ

ପଣା ଭୋଗେ ଦେବ ତୃପ୍ତି l


କାଳୀ ଦଣ୍ଡ ନୃତ୍ୟ  ଶିବ ଦଣ୍ଡ ନୃତ୍ୟ

ମେରୁ ସଂକ୍ରାନ୍ତିରେ ଶେଷ

ମହାନ ଦିନରେ ବିଶ୍ୱ କଲ୍ୟାଣରେ

ପ୍ରଭୁଙ୍କୁ ମାଗୁ ଆଶିଷ l


ସଂକ୍ରାନ୍ତି ବିଷୁବ  ତାପଯେ କମିବ

ପ୍ରାର୍ଥନା ବିଭୁଙ୍କ ଠାରେ

ବିଶ୍ୱ ଶାନ୍ତି ଯଜ୍ଞ ନାମ ସଂକୀର୍ତ୍ତନ

ସମାଜର ମଙ୍ଗଳରେ l


ଜ୍ଞାନର ସାଗର ପବନ କୁମର

ସୁଭାଶିଷ ଦିଅ ଢାଳି

ତୁମ ନାମ ଭଜି ଦୁଃଖ ଯାଉ ହଜି

ଏତିକି ମାତର ଅଳି l


Rate this content
Log in

Similar oriya poem from Abstract