STORYMIRROR

Baikunth Bihari Swain

Inspirational Children

4  

Baikunth Bihari Swain

Inspirational Children

ଓଡିଆ ମୁହିଁ

ଓଡିଆ ମୁହିଁ

1 min
393


ଓଡ଼ିଆ ମୁହିଁ ଓଡ଼ିଆ ମୁହିଁ

        ଓଡ଼ିଶା ମୋର ଦେଶ।

ତୋହର କୋଳେ ଜନମ ଲଭି

         ମନ ହୁଏ ହରଷ।।

ଜନମି ଥିଲେ ତୋର କୋଳରେ

          ମଧୁସୁଦାନ ବିର୍ସା।

କେଡେ ସୁନ୍ଦର ଲାଗଇ ସତେ

         ଆମ ଓଡିଆ ଭାଷା।।

କରମ ବୀର ଗୌରୀ ଶଙ୍କର

         ଗୋପବନ୍ଧୁ ସୁବାସ

ଏହି ମାଟିରେ ଜନମ ଲଭି

        ବଢାଇ ଥିଲେ ଯଶ।।      

ବାଜି ଧରମା ବୀର ବାଳକ

        ରଖିଲେ ଉତ୍କଳ ଟେକ।

ସ୍ୱାଧୀନ ଯୁଦ୍ଧେ ଆମର ହେଲେ

        କୀର୍ତ୍ତି ରହେ କୋଣାରକ।।

ଫକୀର ମୋହନ ମଧୁସୂଦନ

       ସାହିତ୍ୟ ସମୃଦ୍ଧ କଲେ।

ପାଞ୍ଚ ସଖା କବି ବୈଷ୍ଣବ ପାଣି

       ଭାଷା ଭାରତୀ ଲଭିଲେ।।

କବି ଦୀନକୃଷ୍ଣ ସମ୍ରାଟ ଭଞ

       କାବ୍ୟ କବିତା ରଚିଲେ।

ଉତ୍କଳ ଘଣ୍ଟ ଜୟଦେବ ବ୍ରଜ

      କାଳ ଜୟୀ ହୋଇଗଲେ।।

ଓଡ଼ଶୀ ଆମର ଶାସ୍ତ୍ରୀୟ ନୃତ୍ୟ

      ଘୁଡୁକି ଦାସକାଠିଆ।

ଲୋକ ନୃତ୍ୟ ଅଟେ ଆମ ଓଡ଼ିଶାର 

     ଗର୍ବେରେ କହୁ ଓଡ଼ିଆ।।

ଭିତର କନିକା ଶିମିଳିପାଳ 

        ଚିଲିକା ଧଉଳିଗିରି।

ପ୍ରକୃତି ମାତାର ଅପୂର୍ବ ଦାନ

       ଆମ ଓଡ଼ିଶାର ଶିରି।।

ଉତ୍କଳ ମଣି ବିଜୁ ହରେକୃଷ୍ଣ 

       ମୋ ଦେଶ ମାଉଡ଼ ମଣି।

ନନ୍ଦିନୀ କଳ୍ପନା ଦ୍ରୌପଦୀ ମୁର୍ମୁ

       ରଚିଲେ ନୁଆ କାହାଣୀ।।

ବୋଇତ ମେଲାଇ ସାଧବ ପୁଅ

       ବେପାର ବଣିଜେ ଯାଏ।

ଜାଭା ସୁମାତ୍ରାରୁ ବେପାର କରି

         ଧନ ରତ୍ନ ଆଣିଥାଏ।।

ପୂରୁବ ପୁରୁଷ ଗଉରବ ଠାଣି

        ଏବେତ ଲୁଚି ଗଲାଣି

ଅମେରେ ତାହାର ଯୋଗ୍ୟ ସନ୍ତାନ

        ଫେରାଇ ଆଣିବା ପୁଣି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational