STORYMIRROR

pranati Mahapatra

Tragedy

4  

pranati Mahapatra

Tragedy

ନୟନ ସାକ୍ଷୀ ତା ଆହା

ନୟନ ସାକ୍ଷୀ ତା ଆହା

1 min
202


ବିଶ୍ଵାସରେ କରେ କେତେ ଆପଣାର

ଦେଇ ତାର ଲହୁ ଲୁହ,

ଉପାସ ଭୋକରେ ସୁଖ ଖୁସି ଭୁଲି

ହୃଦେ ଚାପି ସବୁ କୋହ।

ସମାଜ ଆଖିରେ ଧରଣୀ ବକ୍ଷରେ

ଦେଇ ତାକୁ ପରିଚୟ,

କୋଟିକରେ ଗୋଟେ କରିବା ସ୍ୱପ୍ନରେ

ନ ଥାଏ ତା ଲାଜ ଭୟ।

ମଞ୍ଜିରୁ ଚାରା ହୋଇଗଲା ପରେ

ହୁଏ ଯେବେ ମହାଦୃମ,

ସେ ଖୁସିରେ ମା ଆତ୍ମହରା ହୁଏ

ଭୁଲି ତା କଷ୍ଟ କରମ।

ଆହା

ଡେଣା ଲାଗି ଗଲେ ମାଆ ହୁଏ ପର

ଏକଥା ସେ ନ ପାରେ ଜାଣି,

ଡେଣାଝାଡି ପିଲା ଉଡି ଚାଲିଯାଏ

ମାଆକୁ ପାଶୋରି ପୁଣି।

ରକତର ମୋହ ରକତର ସ୍ନେହ

ଭୁଲି ପାରେନାହିଁ ମାଆ,

ଦି ବୁନ୍ଦା ଲୁହ ତା ଲହୁ ଭଳି ଝରେ

ନୟନ ସାକ୍ଷୀ ତା ଆହା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy