STORYMIRROR

Debaki Behera

Crime

3  

Debaki Behera

Crime

ନ୍ୟାୟ

ନ୍ୟାୟ

1 min
38


ବାପା ମାଆ ଯେଉଁ ପରି ପିଲାଟିଏ ପାଇଁ

ସେହିପରି ସରକାର,

ବାପା ମାଆ ସିନା ସନ୍ତାନ ପାଳନ୍ତି

କରି କେତେ ଯେ ଆଦର। ୧।

ସରକାର ସେପରି ରାଜ୍ଯ କୁ ପାଳିବେ

ନକରି ପାତର ଅନ୍ତର,

ଏହି ଆଶା ଟିକ ପାଇଁ ବୁଢୀ ମାଆ ଟିଏ

ଧାଇଁ ଯାଏ ବୁଥ୍ ଦୁଆର। ୨।

ଭୋଟ ନେବା ବେଳେ କେତେ ମିଠା କଥା

କହିଯାଅ ଦ୍ବାରେ ଆସି,

ଭୋଟ ସରିଗଲେ କୁଆଡେ ଯେ ଯାଅ

ଭାଳୁଥାଏ ମାଆ ବସି। ୩।

ରାଜ୍ୟ ଦେଶ ପାଇଁ କେତେ କ'ଣ କରିବ

କହିଯାଅ ଅନର୍ଗଳ,

ଭୋଟ୍ ସରିଗଲେ ନେତା ମନ୍ତ୍ରୀ ତୁମ

ଦର୍ଶନ ମିଳିବା କାଳ। ୪।

ଲୋକପ୍ରତିନିଧି ଅଟ ତୁମେ ପରା

ଏକଥା କି ଗଲ ଭୁଲି,

ଜନତାଙ୍କ ଠାରୁ ନଜର ଚୋରେଇ

କେଣେ ଯାଅ ବାଟ ଭୁଲି। ୫।

ମାନବପ୍ରେମୀ ଟେ ଚାଲିଗଲା ବୋଲି

ନାହିଁ ତୁମ ମନେ କ୍ଲେଶ,

ଲୋକପ୍ରତିନିଧି ହୋଇ କି କଥା ବୁଝୁଛ

କରିଥିଲା କିସେ ବଡ ଦୋଷ। ୬।

ସମାଜ ପାଇଁ ଯେ କେତେ କ'ଣ କରିବାକୁ

ଦେଖୁଥିଲା ଯିଏ ସ୍ବପ୍ନ,

ତା ମୁତ୍ଯୁ ରେ ଆଜି ଓଡିଶା କାନ୍ଦୁଛି (କିନ୍ତୁ)

ଭାଙ୍ଗୁନାହି ତୁମ ସ୍ବପ୍ନ। ୭।

ମଦ ଅଭିଯାନ କରିଥିଲା ବୋଲି

ହଟେଇ ଦେଲ କି ତୁମ୍ଭେ,

ଚୋର ମନ ଚୋର ଗଣ୍ଠି ରେ ଯେପରି

ଉତ୍ତର ଦିଅ ହେ ଦମ୍ଭେ। ୮।

ଏହି ଆନ୍ଦୋଳନ ଥମିବ ନାହିଁ ହେ

ଏଇକଥା ମନେ ରଖ,

ହତ୍ଯା କାରୀ ଯିଏ ହେଉ ସେ ପଛକେ

ସାମ୍ନାକୁ ଆଣିବୁ ଦେଖ। ୯।

ଓଡିଶା ର ବାସୀ ଜାଗ୍ରତ ଏବେ ଆଉ

ପାରିବ ନାହିଁ ଭୁତେଇ,

ଦୋଷୀକୁ ଧରିଣ ଶୀଘ୍ର ଶାସ୍ତି ଦିଅ

ପରେ ହେବ ଯେତେ ନାଳେଇ। ୧୦।

(ଆଉ) କିଛି ଶୁଣା ନାହିଁ ଶୁଣିବୁ ବି ନାହିଁ

ଶେଷ କଥା ଇଏ ଆମ,

ରାଜନେତା ମାନେ ନିଦରୁ ହୋ ଉଠ

ନହେଲେ ଯେ ନେବ ନାମ। ୧୧।

ଯେତେ ଚେଷ୍ଟା କଲେ ପାରିବ ନାହିଁ ହେ

ଦୋଷୀକୁ ତୁମେ ବଞ୍ଚେଇ,

ଦୋଷୀକୁ ତ ଦଣ୍ଡ ନିଶ୍ଚୟ ମିଳିବ

ଛାଡିବୁ ନାହିଁ ହେ ଦନେଇ। ୧୨।

ମଦୁଆ ସରକାର ମଦ ବିକି ବିକି

ଚଢି ଅଛି ଯେଉଁ ନିଶା,

ଓଡିଶା ଜନତା ବିଦ୍ରୋହ ରେ ତୁମ

ଉତୁରିବ ସବୁ ନିଶା। ୧୩।

ନ୍ଯାୟ ନ ମିଳିଲା ପର୍ଯ୍ୟନ୍ତ କେବେବି

ନେବୁ ନାହିଁ ଶାନ୍ତି ଶ୍ବାସ,

ଅପରାଧୀକୁ ଯେ ଦଣ୍ଡ ତ ମିଳିବ

ଏକଥା ଅଛି ବିଶ୍ବାସ। ୧୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime