ନୂତନତ୍ଵର ସନ୍ଧାନେ
ନୂତନତ୍ଵର ସନ୍ଧାନେ
ଦେବ ଆଜି ଦେବ ଲୋକରେ
ନାରୀ ନଗ୍ନତାକୁ ଆଦରେ
ନର ନଷ୍ଟ ଚରିତ୍ରରେ
ଚେତନା ଅବଚେତନାର ଗର୍ତ୍ତ ଗୃହରେ
ଧରା ଧରାସାଇ
ଜୁଡୁବୁଡୁ ରକ୍ତର ଶ୍ରାବରେ
ଯେଉଁଠି ସ୍ତବ୍ଧ ମୃତପ୍ରାୟ
ଜୀବ ଜୀବିତ ରୂପରେ
ସେଠି ନୂତନତ୍ଵର ସନ୍ଧାନ
ପ୍ରତି ମୁହୂର୍ତ୍ତରେ
କ୍ଷତବିକ୍ଷତ ମାଟି
ଅସଜଡା ପ୍ରକୃତି ଭିତରେ
ପଥଭ୍ରଷ୍ଟ ମଣିଷ
ତଥାପି ଲାଗିଥାଏ
ନିଜକୁ ନିତି ନିତି ନୂଆ କରିବାରେ

