Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanna Kumar Madala

Drama

3  

Prasanna Kumar Madala

Drama

ନୂତନ ପୃଥିବୀ

ନୂତନ ପୃଥିବୀ

1 min
13K


ନୂତନ ପୃଥିବୀ 

 

ପ୍ରସୂତି ଭବନେ ବସିଛି ମେଦିନୀ 

ଅସରା ଯାତନା ସେ ଗର୍ଭଧାରିଣୀ 

ମନେ ବହି ଥକି ଭାବିଯାଏ ପୁଣି 

ଘନେଇ ଆସୁଛି ଘନ । 

ଦଶଦିଗ ଯେବେ ହେବ ଅନ୍ଧକାର 

ପ୍ରସୂତି ବେଦନା ହୋଇଯିବ ଦୂର 

ଅଦୃଷ୍ଟ ମୂହୁର୍ତ୍ତେ ଜନ୍ମ ହେବ ତାର 

ଏକ ପୃଥିବୀ ନବୀନ । 

ବହି କଳେବରୁ ଅମାପ ଶୋଣିତ 

ଛୁଟିଯିବ ଯେହ୍ନେ ବନ୍ୟାଜଳ ସ୍ରୋତ 

ମାତା ଗର୍ଭ ଚିରି ଶିଶୁ ହେବ ଜାତ 

ହେବ ଏ ପ୍ରକୃତି ଛିନ୍ନ । 

ଜନ୍ମ ହେବ ଯେଉଁ ନୂତନ ପୃଥିବୀ 

ଭଲ ଅବା ମନ୍ଦ କି ହେବ ତା ଭାବି 

ମାତା ମନେ ଭ୍ରାନ୍ତି ସଂଶୟକୁ ଲଭି 

ବିରସେ ବଦନ ମ୍ଳାନ  ।

ମଣିଷର ରକ୍ତ ବହି ପଛେ ଯାଉ 

ଦେଶ ସାରା ଅଗ୍ନି ଜଳୁ ଦାଉ ଦାଉ 

ବିଶ୍ବଯୁଦ୍ଧେ ପୁଣି ହେଲେ ଅବା ହେଉ 

ପରମାଣୁ ବିସ୍ଫୋରଣ । 

ତଥାପି ଧରଣୀ ଜନ୍ମ ଦେବ ଏକ 

ନୂଆ ପୃଥିବୀକୁ ଯନ୍ତ୍ରଣା ଅନେକ 

ଧରାପୃଷ୍ଠେ ପାପଭାର ତା ପ୍ରତୀକ 

ଶତାବ୍ଦୀ ନୁହେଁ ସେ କ୍ଷଣ । 

 

କବି - ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଦଳା 


Rate this content
Log in