Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Binodini Dash

Inspirational

4  

Binodini Dash

Inspirational

ନୂତନ ଆଶା

ନୂତନ ଆଶା

1 min
309



ମାନବଠି ଜ୍ଞାନ ଭରି ଭଗବାନ

ପୋତି ଦେଇଛନ୍ତି ଆଶାର ବୃକ୍ଷ

ଶାଖା ପ୍ରଶାଖାକୁ ମେଲାଇ ବଢ଼ଇ

ସତେ କି ଛୁଇଁବ ଆକାଶ ବକ୍ଷ !


ଥରେ ଛୁଇଁ ଦେଲେ ମନ ଗତି କ୍ଷୀପ୍ର

ବାରବାର ଧାଏଁ ଛୁଇଁବା ପାଇଁ

ନୂଆ ନୂଆ କେତେ ଫଳକୁ ଫଳାଏ

କଲମୀ ଗଛ ସମ ଠିଆ ହୋଇ ।


ବାଆ ବତାସରେ ଯେବେ ଝଡି଼ପଡେ

ଡାଳପତ୍ର ତାହା ଦେହରୁ କେବେ

ଅଣ୍ଟା ଭିଡ଼ି ଦେଇ ନୂତନତା ପାଇଁ

ଲକ୍ଷ୍ୟ ପୂରଣରେ ଆଗାଏ ତେବେ ।


ଋକ୍ଷ କଷାଘାତେ ହୋଇ ବାଧାପ୍ରାପ୍ତ

ଆଶା ବୃକ୍ଷ ଯେବେ ପଡେ ଝାଉଁଳି

ଯେତେ ଫୁଲ ଫୁଳ ସେଥିରେ ଶୋଭିତ

ଝଡି଼ ସବୁ ଲାଗେ ଭୂମିର ତଳି ।


ତଥାପି ନ ହାରି ବହୁ କଷ୍ଟ ସହେ 

କଅଁଳିବା ପାଇଁ ନବ ପଲ୍ଲବେ 

ଉପଯୁକ୍ତ ଖତ ସାରକୁ ଯୋଗାଡି଼

ବଢ଼ିବା ଉପାୟ ଲଭେ ସୁଲଭେ ।


ବାଧା ବନ୍ଧନକୁ ଖାତର କରେନି

ଆଉ କେବେ ସିଏ ତା'ର ଜୀବନେ

ନୂତନ ଆଶାର ବୀଜ ଅଙ୍କୁରାଇ

ଲାଗି ପଡ଼େ ନିତି କର୍ମ ସାଧନେ ।




Rate this content
Log in

Similar oriya poem from Inspirational