STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ନୂଆଖାଇ 

ନୂଆଖାଇ 

1 min
9


ପ୍ରୀତି ରେଣୁ ରେଣୁ ମହୁମାଛି ଗୁଣୁ ଗୁଣୁ
ସମଲେଇଙ୍କ ନୂଆଖାଇ ଶୁଣୁ ଶୁଣୁ 
ଭେଟ ଘାଟ ବାଟ ଘାଟ ଫୁଲ ଫୁଟି ଛୁଟୁ
ନୂଆଖାଇ ପରବ ଆସୁଛି ଯେଣୁ
ଦେଖା ହେବ ଯିଏ ଯୁଆଡେ ଥିବ
ଏକାଠି ହେବା ନୂଆ ଧାନ ଭାତ ଖାଇବା
ବରଷା ରାଣୀ ଗୁଣୁ ଗୁଣୁ
ନଈ ନାଳ ଗଡିଆ ପୋଖରୀ ମନ୍ଦିରେ
ଭଜନ କୀର୍ତ୍ତନ ଶୁଣୁ ଶୁଣୁ 
ଭୋଜନ ଭଜନ କମ୍ପନ ଏ ମନ
ମିଳିମିଶି ସର୍ବେ ଝୁମିବା ନାଚିବା ଗାଇବା
ଭୋଜି ଖାଇବା ପତର ଗଣୁ ଗଣୁ
ପରଜାପତି ଉଡିବୁଲି ନିତି ନିତି
କହେ ନୂଆଖାଇ ଭେଘାଟ ହେବ ଯେଣୁ
ମହୁଆ ମହୁଲି ସଂଗ୍ରହ କରିବୁ ଜାଣୁ
ବନ୍ଧୁ ବାନ୍ଧବ କିଏ କୋଉଠି ହେବା ଏକାଠି
ମାଦଲ ତାଳେ ଗଣୁ ଗଣୁ
ରୁମୁକୁ ଝୁମାନା ଗୀତ ଶୁଣୁ ଶୁଣୁ
ଜୀଵନ ସଂଗୀତ ଗାଉ ଗାଉ ବରଷକେ
ଥରେ ଆସିଛି ନବାହ୍ନ ମିଶେଇ ହରି ଗୁଣି
ଫେଡ଼ି ଭଗ୍ନାଶ ଗୁଣୁ ଗୁଣୁ
ଥରେତ ଜୀବନେ ବରଷକୁ ଥରେ ଏକାଠି
ଗାଇ ନାଚିବା ରୁଣୁ ଝୁଣୁ
ଆସିଛି ଭେଟଘାଟ ମାଦଲ   ତାଳେ
ମଜ୍ଜା ନେବା ଆସ ଦିନ ଗଣୁ ଗଣୁ


Rate this content
Log in

Similar oriya poem from Classics