STORYMIRROR

MADHU MITA

Abstract

2  

MADHU MITA

Abstract

ନୂଆବର୍ଷ

ନୂଆବର୍ଷ

1 min
249

ବଞ୍ଚିବାଟା ମହଙ୍ଗା ହେଲା

ନା ସତେ ଶସ୍ତା ହେଇଗଲା

ଜାଣିବା ପୂର୍ବରୁ ପୁଣି ଥରେ

କ୍ୟାଲେଣ୍ଡର ପୃଷ୍ଠା ଲେଉଟେଇଲା


ଖୁସି ହେଲି ବହୁତ ମୁଁ

ନ ଦୁଃଖ ରେ ଅଭିଭୂତ ହେଲି

ବୁଝିବା ଆଗରୁ ପୁଣି ଥରେ

କ୍ୟାଲେଣ୍ଡର ପୃଷ୍ଠା ଲେଉଟେଇଲା


କିଛି ଲାଭ ହେଇଥିଲା କି

ନ କ୍ଷତି ସହିବାକୁ ପଡ଼ିଲା

ହିସାବ କଲା ଆଗରୁ ପୁଣି

କ୍ୟାଲେଣ୍ଡର ପୃଷ୍ଠା ଲେଉଟେଇଲା


କିଏ ମୋ ସାଙ୍ଗେ ରହିଛନ୍ତି

କିଏ ମୋତେ ଏକା କରି ଦେଇ ଗଲେ

ଭାବିବା ଆଗରୁ ପୁଣି ଥରେ ଦେଖ

କ୍ୟାଲେଣ୍ଡର ପୃଷ୍ଠା ଲେଉଟେଇଲା


କାହା ପାଇଁ ମୁଁ କଣ କରିପାରିଲି

କିଏ ମୋତେ ନେଇ ଖେଳ ଖେଳୁଥିଲା

ଏକଥା ନିର୍ଣ୍ଣୟ କରିବା ପୂର୍ବରୁ

କ୍ୟାଲେଣ୍ଡର ପୃଷ୍ଠା ଲେଉଟେଇଲା


ଜୀବନ ସତେ ସତ୍ୟ ଦେଖେଇଲା

ନ ମିଥ୍ୟା କବଳେ ଶେଷ ହେଇଆସିଲା

କିଛି ମୁଁ ପଚାରି ଉତ୍ତର ପାଇବା ଆଗରୁ

ଜୀବନ କ୍ୟାଲେଣ୍ଡର..ରୁ..ପୃଷ୍ଠାଟିଏ.. ଲେଉଟିପଡିଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract