STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ନୂଆ ରାଜ୍ୟ

ନୂଆ ରାଜ୍ୟ

1 min
353

ନ ମିଳେଟି ଶିକ୍ଷା ଅଧିକାର

ନୂଆ ରାଜ୍ୟଟି ହେଲା 

ନାହିଁ ଭାଗ୍ୟରେ ଜନନୀ ଶିକ୍ଷା

ଭାଗ୍ୟ ଅନ୍ଧାର ହେଲା।୧।


ମାତୃଭାଷା ହିଁ ଓଡ଼ିଆ ଅଟେ  

ଆର୍ତ୍ତନାଦ କରୁଛି       

ଶିକ୍ଷା ବିହୁନେ ରୋଦନ ତାଙ୍କ

କପାଳ ହିଁ ଫାଟିଛି।୨।


କୋଡ଼ିଏ ଲକ୍ଷ୍ୟୁ ବେଶି ଓଡ଼ିଆ

ବିଚ୍ଛନ୍ନା ଭୂମି ଆମ 

ଉତ୍କଳରୁ ବିହାର ହୋଇଲା

ଥିଲାଟି ଶିକ୍ଷା ଆମ।୩।


ମିଳୁଥିଲାଟି ଓଡ଼ିଆ ବହି

ତାର ଶିକ୍ଷକ ଥିଲେ 

ନୂଆ ରାଜ୍ୟରେ ନମିଳେ ଶିକ୍ଷା         

କାନ୍ଦୁଛନ୍ତିଟି ଜୋରେ।୪।


ଧ୍ୟାନ ନ ପଡେ ଏଠି କାହାରି 

ନାହିଁ ଭାଷାର ଧ୍ୟାନ 

ଅନ୍ଧାର ଅଛି ଓଡ଼ିଆ ଭାଗ୍ୟ 

କପାଳ ହେଲା ହୀନ।୫।


ଅଧିକାର କି ଓଡ଼ିଆଙ୍କର

ନାହିଁ କି ସମ୍ବିଧାନେ   

ହୁଏ ବଞ୍ଚିତ କେଉଁ କାରଣୁ         

ଧ୍ୟାନ ଟି ନାହିଁ ଜନେ।୬।


ପାଇବା କି ସେ ଶୋଇ ପଡିଲେ

ଜନନୀ ଭାଷା ଆମେ 

ଦେଖି ସମୟ ହୁଅ ଜାଗ୍ରତ

ରକ୍ଷା କରିବା ଆମେ।୭।


କରିବା ଭକ୍ତି ଜଗନ୍ନାଥ ପଦେ

ଭାଷା ସୁରକ୍ଷା ପାଇଁ

ଅଧିକାରଟି ମିଳିବ ନିଶ୍ଚେ

ମାତୃଭାଷାର ପାଇଁ।



Rate this content
Log in

Similar oriya poem from Tragedy