Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Classics Inspirational

2.6  

KRUTIBAS NAYAK

Classics Inspirational

ନୂଆ ପୁରୁଣା

ନୂଆ ପୁରୁଣା

1 min
264



କେତେ ଜ୍ଞାନୀ-ମାନୀ-ଦେଶପ୍ରେମୀ ଲୋକ ଆଗରୁ ଗଲେଣି ଚାଲି,

କେତେ ଦୁଷ୍ଟ-ଖଳ-ଦେଶଦ୍ରୋହୀଙ୍କର ନାମକୁ ଗଲୁଣି ଭୁଲି ।


ଆହୁରି ଅଛନ୍ତି କେତେ ଯେ ବିଜ୍ଞାନୀ ନିସ୍ଵାର୍ଥ ସେବାରେ ବ୍ରତୀ,

ଦେଶ-ଜାତି ଚିନ୍ତା ସଂସ୍କୃତି ସୁରକ୍ଷା କରୁଛନ୍ତି ନିତିନିତି ।


ହିଂସା ସୃଷ୍ଟିକାରୀ ମିଥ୍ୟା ମୁଖାଧାରୀ ସମାଜରେ ରହିଛନ୍ତି,

କେତେ ଯେ ଲୁଟେରା ପଦବୀରେ ଥାଇ ଦେଶଧନ ଲୁଟୁଛନ୍ତି ।


ଆହୁରି ଆସିବେ ଏମାନେ ବି ଯିବେ ରହିଥିବ ଏହିଦେଶ,

ଅମୃତ ଯେଉଁଠି ବିଷ ବି ସେଇଠି କାନ୍ଦ ପରେ ଥିବ ହସ ।


ଯିଏ କରିଥିବ ଭଲକାମ କିଛି ରହିଯିବ ତା'ର ଯଶ,

ଦୁଷ୍ଟ-ଖଳଲୋକ ଘୃଣ୍ୟପୋକ ପରି ନରକେ କରିବେ ବାସ ।


ଆଜିର ଦିନଟି ଚାଲିଯିବ ପୁଣି ଅତୀତ ହୋଇବ କାଲି,

ପ୍ରକୃତି ନିୟମ ନୂଆକୁ ଆଦରି ପୁରୁଣାକୁ ଦେବ ଠେଲି ।



Rate this content
Log in

Similar oriya poem from Classics