STORYMIRROR

ପ୍ରଶାନ୍ତ କୁମାର ବେହେରା

Romance Tragedy

5.0  

ପ୍ରଶାନ୍ତ କୁମାର ବେହେରା

Romance Tragedy

ନୂଆ ପ୍ରେମ କହାଣୀ

ନୂଆ ପ୍ରେମ କହାଣୀ

1 min
11.2K



ସତରେ ପ୍ରେମ ହୁଏ

ଏଠି ସେଠି ସବୁଠି

ସେ ନୂଆ ପରିବେଶରେ

ପାଦ ଥାପିଛି

ପହେଲି ମୌସୁମୀ ବର୍ଷାରେ

ନିଜେ ଭିଜୁଛି

ବଳିଷ୍ଠ ଚେହେରା ସାଙ୍ଗକୁ

ଚାଲି ବି ବେଶ୍

ଆକର୍ଷକ ହେଉଛି

ରାଜା ଭଳି ବୁଲୁଛି

ଦେଖିଲେ ଆଖି ଲାଖି ଯାଉଛି l


ତା' ରୂପ ଓ ଠାଣି ମାଣିରେ

ପ୍ରେମିକାଟେ ଟାଣି ହୋଇ ଆସିଛି

ତା' ଚାରିପଟେ ବୁଲୁଛି

ଚକ୍କର୍ କାଟୁଛି

ବାରମ୍ବାର ଆସୁଛି

ମନଭରି ଦେଖୁଛି

ପ୍ରେମ ଜାଲରେ ବାଦ୍ଧିବାକୁ

ଆଖିରେ ଆଖିରେ ଇସାରା ମାରୁଛି

ଗ୍ରୀନ୍ ସିଗନାଲ୍ ନ ପାଇ

ଚାଲି ଯାଉଛି

ପୁଣି ଫେରି ଆସୁଛି

ଏକ ନୂଆ ପ୍ରେମ କାହାଣୀ

ଧୀରେ ଧୀରେ ଆଗକୁ ବଢୁଛି l


( ଏଇ ଜୁନ୍ ୨୧ ତାରିଖରେ ମଧ୍ଯପ୍ରଦେଶ କାହ୍ନା ଅଭୟାରଣ୍ୟରୁ ଓଡିଶା ଆସିଥିବା ମହାବଳର ପ୍ରେମରେ ପଡିଛି ଆମ ସାତକୋଶିଆ ଜଙ୍ଗଲର ଏକ ବାଘୁଣୀ l ତାଙ୍କ ଉପରେ ଏ ଲେଖା ମୂୁଁ ଜୁନ୍ ୨୭ ରେ ଲେଖିଥିଲି, କିନ୍ତୁ ଦୁଃଖର ବିଷୟ ମହାବଳ ଏଇ କିଛି ଦିନ ତଳେ ମୃତ୍ଯୁ ବରଣ କରିଛି ...)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance