Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Abstract Classics Inspirational

4.0  

Prahallad Sahoo

Abstract Classics Inspirational

ନୂଆ ଦୁନିଆ

ନୂଆ ଦୁନିଆ

1 min
111


ହଳ କି ବଳଦ ଅବା ଲଙ୍ଗଳ ଘରେ ନାହିଁ

ଚାଷ ଜମିର ଠିକ ଠିକଣା ଜଣା ବି ନାହିଁ;

ପୁଅ ପରା ଏବେ ନୂଆ ଚାଷୀ ପାଲଟିଛି

ଡାଇରେକ୍ଟ ସେବା ସରକାର ଯୋଗାଉଛି।


ଗୋଟେ ନୂଆ ଦୁନିଆକୁ ରାସ୍ତା ଖୋଲାଯାଇଛି

ଏକ ଟଙ୍କିଆ ରାଶନ ଚାଉଳ ବହୁତ ଆଛା

ତାସଙ୍ଗେ ସରକାରଙ୍କ କାଳିଆ ଯୋଜନା;

ଛ ମାସେ ୨ହଜାର ଟଙ୍କା ଦିଅନ୍ତି ମୋଦିଜି

ଘରେ ବସି ପୁଅ ବେକାରି ଭତ୍ତା ପାଉଛି।


ଗୋଟେ ନୂଆ ଦୁନିଆକୁ ରାସ୍ତା ଖୋଲାଯାଇଛି

ଏପଟେ ଶ୍ରୀଲଙ୍କା ସେପଟେ ପାକିସ୍ତାନ

ଦୁଇ ଦେଶରେ ଏକ ପରି ଅବସ୍ଥା ଜାଣ;

ଇମ୍ରାନ ଖାନ ଏବେ ଭାରତକୁ ଟେକିଲାଣି

ଶ୍ରୀଲଙ୍କା ମୋଦିଜିକୁ ନିବେଦନ କରୁଅଛି ।

ଗୋଟେ ନୂଆ ଦୁନିଆକୁ ରାସ୍ତା ଖୋଲାଯାଇଛି !


ଭାରତ ସଙ୍ଗେ ରୁଷର ମିତ୍ରତା ବଢି ଚାଲିଛି

ତେଣୁ ଭାରତ ୟୁକ୍ରେନକୁ ସାହାଯ୍ଯ କରୁନି;

ରୁଷ-ୟୁକ୍ରେନ ଘମାଘୋଟ ଲଢେଇ ଚାଲିଛି

ଅନ୍ୟକୁ ଦାନ କରି ଭାରତ ମହାନ ହେଇଛି।

ଗୋଟେ ନୂଆ ଦୁନିଆକୁ ରାସ୍ତା ଖୋଲାଯାଇଛି !


ଏମିତି ମିତ୍ରତା ଚୀନ ସଙ୍ଗେ ଭାରତର ଥିଲା

ଅଳ୍ପ ମୂଲ୍ଯରେ ଆମଦାନୀ ରପ୍ତାନୀ ଚାଲିଥିଲା;

ଯେମନ୍ତେ କୁସୁମ ପରଶେ ପଟ ନିସ୍ତରିଲା ପରି

ଚୀନ ଭାରତର ସୀମା ଲଙ୍ଘି ଆଗକୁ ପଶିଆସୁଛି

ଗୋଟେ ନୂଆ ଦୁନିଆକୁ ରାସ୍ତା ଖୋଲାଯାଇଛି.....!



Rate this content
Log in

Similar oriya poem from Abstract