STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ନୂଆ ଦୁନିଆ

ନୂଆ ଦୁନିଆ

1 min
3.3K

ଦଶ ପ୍ରତିଶତ ଜନତା ଦେଶର ନ ମାନନ୍ତି ତାଲାବନ୍ଦ

ନିଜ ପରିବାର ପଡୋଶୀ ସୋଦର ଘାରେ ଚିନ୍ତା ବଡ଼ ମନ୍ଦ।

ସୁପର ସ୍ପ୍ରେଡର ନ ହେଉ ସେ ନର ଦେଶ ହିତେ ଅଭିଶାପ

ମାମୁଁ ଧରି ଦିଏ ପାହାର ଠେଙ୍ଗାରେ ଧୋଇଯାଏ କିଛି ପାପ।

ଗାଡ଼ି ମଟରକୁ କରି ସେ ଜବତ ପକେଟୁ ଝାଡନ୍ତି ତଣ୍ଡ

ମୁଖ୍ୟ ମନ୍ତ୍ରୀଙ୍କର ରିଲିଫ ପାଣ୍ଠିକୁ ଧନର ସ୍ବରୂପ, ଦଣ୍ଡ।

ସାଇକେଲ ଏବେ ଆପଣାର ହୁଏ ମଣେ ନିଜେ ଭାଗ୍ୟବାନ

ପରିବେଶ ସୁସ୍ଥ ପୃଥିବୀ ମାତାର ଉଦୟ ମସ୍ତିସ୍କେ ଜ୍ଞାନ।

ବଦଳି ଗଲାଣି ବିଶ୍ଵର ଭୂଗୋଳ ଜୀବନର ମାନଦଣ୍ଡ

ଗରିବ ଧନୀକ ନାହିଁତ ବିଭେଦ ନରନାରୀ,ସାଧୁ,ଭଣ୍ଡ।

ଗୋଟିଏ ନାଆରେ ଯାତ୍ରୀ ତ ସଭିଏଁ ନାଉରିଆ ଭଗବାନ

ତାଙ୍କରି ପୟରେ ଦୟିନୀ ମୁଁ କରେ ଦିଅନ୍ତୁ ଜୀବନ ଦାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract