Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ନୂଆ ବର୍ଷର କିଛି ଅନୁଭୂତି

ନୂଆ ବର୍ଷର କିଛି ଅନୁଭୂତି

1 min
428


ବିଗତ ବର୍ଷର କିଛି ପ୍ରତାରଣା

ନେଇ ଆଉ କିଛି ପ୍ରତିଶ୍ରୁତି

ସାଉଁଟି ଚାଲିଛି ମୁଁ ମୋ ନୂଆ ବର୍ଷର

ନୂଆ ସୃଷ୍ଟିର ନୂଆପୃଷ୍ଠାରେ ଉପସ୍ଥାପିତ

କରିବାକୁ ମୋ'ର କିଛି 

ନୂତନତାର ମୂଲ୍ୟଭିତ୍ତି

ନୂତନ ଚିନ୍ତନର ଆଦର୍ଶ ଓ ନୀତି

ଏ ମୋ'ର ଏ ନବ ବର୍ଷର ନୂଆ ପ୍ରୟାସ

ଜୀବନେ ଯୋଡିବାକୁ ଚାହେଁ

ଏ ନୂଆ ବର୍ଷର କିଛି ଅନୁଭୂତି ।


କିଛି ନୂଆ ସ୍ଥିତି କିଛି ପରିସ୍ଥିତି କୁ ନେଇ

ସୃଷ୍ଟ ଆମ ଜୀବନର ପରିସ୍ଥିତି

ଆଶାବାଦୀ ଆମେ ଏ ଜୀବନେ

ଗାଇବାକୁ କିଛି ଜୀବନର ନୂଆଗୀତି

କେତେ ଭାବବାଦୀ ଆମେ

ଭାବେ ଲଗାଏ କେତେ ପ୍ରିୟାପ୍ରୀତି

ବଞ୍ଚି ବଞ୍ଚାଇବାର ସଂଜ୍ଞା

ଖୋଜୁଛେ ଆମେ ଧରାରେ ନିତି ନିତି

ଅନ୍ୟାୟ ଅନୀତି ର ପ୍ରାଚୀର ଭାଙ୍ଗି

କିପରି ଗଢିବା ଆମେ ଏ ସମାଜେ

ନୂତନ ସଂସ୍କାରିତ ନୀତି

ସଭିଏଁ ପାଇବେ ଆଲୋକ 

ସଭିଏଁ ପାଇବେ ପୁଲକ

ସର୍ବ ଶ୍ରେଷ୍ଠ ର ଆଖ୍ୟାକୁ କିପରି ବଜାୟ

ରଖିପାରିବ ଏ ମାନବ ଜାତି

ନୂଆ ବର୍ଷରେ କିଛି ନୂତନ ସଂକଳ୍ପ ନେଇ

ଖୋଜୁଛି ମୁଁ ନୂଆ ବର୍ଷର ନୂଆ ଅନୁଭୂତି ।


 ପରିବାର, ପରିବେଶ

 ସଭିଙ୍କ ମଧ୍ୟେ ନୂଆ ନୂଆ ଉନ୍ମାଦନା

 କେତେ ଜାଗ ଯଜ୍ଞ କେତେ ଉପାସନା

ସଭିଙ୍କ ମନ ଆନମନା

 ନୂତନତାର ଅନ୍ଵେଷଣ ପ୍ରତିଅନ୍ଵେଷଣ

 ପରସ୍ପର ମଧ୍ୟେ ପରସ୍ପର ଚାହାଁନ୍ତି

 ରଚିବାକୁ ସ୍ନେହ, ଶ୍ରଦ୍ଧା, ପ୍ରେମ, ମୈତ୍ରୀ ଓ ଶାନ୍ତି

 ବିଞ୍ଚିବାକୁ ଚାହାଁନ୍ତି ଭାଇଚାରାର ମଞ୍ଜି

 ବାଣ୍ଟିବାକୁ ଚାହାଁନ୍ତି ପରସ୍ପର ମଧ୍ୟେ

 ଭ୍ରାତୃତ୍ଵ ଭାବର ଭାବ ପ୍ରୀତି

 କିଛି ସ୍ମୃତି ଆଉ କିଛି ଅନୁଭୂତିର

ସମ୍ମିଶ୍ରଶଣେ ବଞ୍ଚେ ଓ ବଞ୍ଚିଛି ଏ ମଣିଷ ଜାତି

 ଅଭୁଲା ମନର କିଛି ନୂତନତ୍ବ କୁ ସଙ୍ଗେ ଧରି

  ଆସିଛି ଆଜି ଆମ ଏ ନୂତନ ବର୍ଷ

  ସାଥେ ଆଣିଛି କିଛି ବିଗତ ଦିନର ସ୍ମୃତି

  ଆଉ ନୂଆ ବର୍ଷର କିଛି ଅନୁଭୂତି

  ପୁଣି ସାଥେ ଆଣିଛି ସେ କେତେ କେତେ

  ନୂଆ ନୂଆ ସାଙ୍ଗ ସାଥୀ

  ନୂତନ ଉନ୍ମାଦନା, ନବ ପୁଲକ ସହ ନୂଆ ପ୍ରୀତି ।


Rate this content
Log in

Similar oriya poem from Abstract