STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ନୂଆ ବର୍ଷର ବିଚାର

ନୂଆ ବର୍ଷର ବିଚାର

1 min
184

କାହାରିକୁ ଭଲ କହି ନପାରିଲେ

ଖରାପ କହିବି ନାହିଁ

ଧନ ଯଦି ଦେଇ ନପାରେ କାହାକୁ

ବୋଧ, ସମ୍ଭାଷଣ କହି।

ଗଣ୍ଡଗୋଳ କାହା ସାଥେ ନକରିବି

ଅହିଂସା ପଥିକ ହୋଇ

ମୋ ଦେଶକୁ ଆଡ ଆଖିରେ ଚାହିଁଲେ

କାହାକୁ ଛାଡିବି ନାହିଁ।

ପୁରୁଣା ଦୁଃଖ ମୁଁ ସବୁ ଭୁଲିଯିବି

ହୃଦୟକୁ କରି ଟାଣ

ସୁଖର ସ୍ମୃତିକୁ ସାଉଁଟି ରଖିବି

କରୁଅଛି ଆଜି ପଣ।

ବନ୍ଧୁ ସହୋଦର ସାହାଯ୍ୟ ସଦିଚ୍ଛା

କେବେବି ଭୁଲିବି ନାହିଁ

ସାଗର ପରିକା ସବୁ ଫେରାଇବି

ଏବେଠୁ ଦେଉଛି କହି।

ନୂଆ ବରଷର ଏହି ମୋ ବିଚାର

ଭଲମନ୍ଦ ନଜାଣଇ

ଜଗତ କଲ୍ୟାଣ ସାଧିତ ହୋଇଲେ

ମୋ ପାଇଁ ବଡଟି ସେହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract