STORYMIRROR

Banabihari Mishra

Inspirational

4  

Banabihari Mishra

Inspirational

ନୂଆ ବରଷ

ନୂଆ ବରଷ

1 min
309

ଜାନୁୟାରୀ ପରେ     ଫେବୃୟାରୀ ପୁଣି

        ମାର୍ଚ୍ଚ ଏପ୍ରିଲ ଓ ମଇ

ଜୁନ୍ ଓ ଜୁଲାଇ       ଆସେ ତା ପରକୁ

        ଅଗଷ୍ଟ ମାସକୁ ନେଇ।

ସେପ୍ଟେମ୍ବର ଆଉ     ଅକ୍ଟୋବର ପୁଣି

        ଆସେ ନଭେମ୍ବର ମାସ

ଡିସେମ୍ବର ଆଣେ     ଶୀତଳ ପରଶ

        ହୁଏ ବରଷଟା ଶେଷ।

ସମୟର ଚକ       ଗଡି ଚାଲିଥାଏ

        ରହିଯାଏ ନାହିଁ କାହିଁ

ଗଲା ବରଷକୁ       ଝୁରି ଝୁରି ଖାଲି

        ମନ ହୁଏ ହାଇଁପାଇଁ।

ବିଗତ ବର୍ଷରେ      ଯାହାସବୁ ଭୁଲ୍

        ଅବା ମନ୍ଦ କରିଥିବା

ଅତୀତର ସେଇ      ଅନ୍ଧାରୀ ଗୁମ୍ଫାରେ

       ଚାଲ ତାକୁ ପୋତିଦେବା।

ଆସନ୍ତା ସନକୁ       କିଏ ବା ଦେଖିଛି

       ଅଚିହ୍ନା ମୁହଁଟେ ସିଏ

ଅତୀତ ଗର୍ଭେ ସେ      ହଜିବା ଆଗରୁ

       ଭଲକାମ କରିଯାଏ।

ଆସନ୍ତା କାଲି ମୁଁ       ଥିବି ବା ନଥିବି

       କିଏ ବା ପାରିବ କହି

ସେଥିପାଇଁ ନୂଆ       ବର୍ଷରେ ସଭିଙ୍କ

       ଶୁଭ ମନାସୁଛି ମୁହିଁ।

କାଳିଆ ସାଆନ୍ତ       ନୂଆ ବରଷରେ

       ସଭିଙ୍କ ମଙ୍ଗଳ କର

ଯେତେ ଦୁଃଖ ଆଉ     ଦୁର୍ବିପାକ ଆସୁ

       ଚକ୍ରକୁ ଉହାଡ କର।

ହସୁ ଏ ଧରଣୀ       ହସୁ ମୋର ଦେଶ

       ସୁଖରେ ରୁହନ୍ତୁ ଜନେ

ହିଂସା ଇର୍ଷା କ୍ରୋଧ     ଆଦି ରିପୁ ଯେତେ

       ନ ଆସୁ କାହାର ମନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational