STORYMIRROR

Sarojini Jena

Abstract

3  

Sarojini Jena

Abstract

ନୂଆ ବରଷ ନୂଆ ଉଲ୍ଲାସ

ନୂଆ ବରଷ ନୂଆ ଉଲ୍ଲାସ

1 min
228


ସରିଯିବ ଏ ବରଷ ଦୁଇହଜାର ଏକୋଇଶ

ମନେ ନ ରଖି କିଛି କ୍ଳେଶ

ସ୍ୱାଗତ କରିବା ଆସ ଦୁଇହଜାର ବାଇଶ

ମନେ ଭରି ନବ ଆଶା ଦେଇ ଟିକେ ଶୁଭ ବାର୍ତ୍ତା

ଫୁଟାଇବା ସଭିଙ୍କ ମନେ ହରଷ

ପବିତ୍ର ଏ ପାଣି ପୁଣି ପବିତ୍ର ଏ ଭୂଇଁ,

ହସୁ ଥାଉ କାଳେ କାଳେ ହୋଇ ଦୀର୍ଘାୟୁଷ.

ଯେତେ କ୍ଷୟ କ୍ଷତି ପୁଣି ପାସୋରିବା ସବୁ ମନୁ

ନୂତନ ଆଶା ବାନ୍ଧିଣ ହୋଇ ଉଲ୍ଲାସ

ଆଶୀର୍ବାଦ ଦେବେ ପ୍ରଭୁ ପରମେଶ

ଦୁଃଖ, ରୋଗ, ଶୋକ ହରଣ କରି ଆତ୍ମା ମନ ହେବ ହର୍ଷିତ

ଯୁଗ ପରେ ଯୁଗ ଯିବ ସମୟ ଚେତାଇ ଦେବ

କେତେ ଭଲ କେତେ ମନ୍ଦ କେତେ

ଦୁଃଖ କେତେ ସୁଖ ହିସାବ ନଥିବ

ପରଂବ୍ରହ୍ମ ପଦେ ଲୟ ଲଗାଇ ସଂସାର ନା ବାହି ନେଇ 

ଯିବା ସଭିଙ୍କ ଶୁଭ ମନାସି ନ ଆସୁ ଆଉ କ୍ଳେଶ,

 ସାହା ହେବେ ଜଗଦିଶ

ଏଇ ଭରଷା ଟିକେ କରି

କରି ଭଲ କର୍ମ ମାନ ଦେଇ ମାନ ସମ୍ମାନ

ପିତା ମାତା ଗୁରୁଜନେ କାମନା କରି ଆଶୀର୍ବାଦ

ଦେଇ ସ୍ନେହ ଲଘୁଜନେ ଯେତେ କୁଚିନ୍ତା ସବୁ

ମନୁ ଦେବା ଦୂରେଇ

ହସି ଉଠୁ ଏ ନଗର ଏ ମହଲ ପଲ୍ଲୀପୁର

ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟ

ଏକଥା ବିଭୁଙ୍କୁ ମାଗି କରି ମନେ ଅଭିଳାଷ

ଏ ଦୁଇହଜାର ବର୍ଷ ବାଇଶ ଶୁଭେ କଟି ଯାଉ

ଦୁଃଖ, ସୁଖ ମିଶା ମିଶି

ଦୋଷ କ୍ଷମା କରିଦେବେ ପ୍ରଭୁ ପରମେଶ

ରଖି ଟିକେ ଶୁଦ୍ଧ ମନେ ଏ ବିଶ୍ୱାସ

ଏ ଜୀବନ ସରିଯିବ ଆୟୁ ସବୁ କ୍ଷୀଣ ହେବ

ନରଖି କପଟ ଭାବ ଶାନ୍ତି,ମୈତ୍ରୀ,ପ୍ରୀତି ବାଣ୍ଟି

ଏକ ପରିବାର ବୈକୁଣ୍ଠ ସମାନ ଚିନ୍ତି

ମନାସି କୋଟି ଆୟୁଷ

ଏତିକି କାମନା ବିଭୁ ପଦେ ଆମ ମନ ହେଉ ହରଷ

ପାଇଟିକେ ପରମାତ୍ମା ସ୍ପର୍ଶ

ଆସିବ ଏଇ ନବ ବର୍ଷ ନେଇ ନୂଆ ଉଲ୍ଲାସ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract