STORYMIRROR

Ajaya Mahala

Romance

2  

Ajaya Mahala

Romance

ନୂଆ ବୋହୂର ପିଠା ତିଆରି

ନୂଆ ବୋହୂର ପିଠା ତିଆରି

1 min
12.9K



କିଏ ଆମ ଘର

କିଏ ତୁମ ଘର

ସବୁରି ଘରର ଗୋଟିଏ କଥା

କେବେ ଏଠି ସୁଖ

କେବେ ଏଠି ଦୁଃଖ

କେବେ ବି ଜୁଆର କେବେ ବି ଭଟ୍ଟା

ବିଧାତା ଗଢଣୀ

ନଇଁଛି ଓଢଣୀ

ସ୍ବପ୍ନ ଅଞ୍ଜନା ଅପରିଚିତା ||


ଏଇ ଚମ୍ପା କଢ଼

ଆଙ୍ଗୁଳିରେ ଗଢ଼

ସ୍ପର୍ଶ ମନ୍ତ୍ରିତ ଆରିସା ପିଠା

ଏଣେ ଶାଶୁ ମାଆ

ତେଣେ ବଡ ଯାଆ

ଚିପି ଚିପି କୁହ ଅନ୍ତର କଥା

କେଉଁଠି ସବୁଜ

କେଉଁଠି ନିବୁଜ

ଧୂଆଁ ପରି ବୁଲେ ମନର ବ୍ୟଥା

ବିଧବା ପିଉସୀ

ଦେଉଛି ଆଉଁସି

ଖାଲି ଖାଲି ହାତ ଲଙ୍ଗଳା ମଥା ||


ଏହି ଘର ଝିଅ

ବଂଶ ସୁତା ଖିଅ

ଗେହ୍ଲା ହେଲା ଆଜି ଅଭିଶପ୍ତା

ଆଣ ଅଛି ବାକି

ପୁର ଗଲା ସରି

ନଇଁ ଆସିଲାଣି ନୟନ ପତା

ଏଡ଼େ ଅବିବେକୀ

କେହି କହିବେ କି

ଚାଖି କହ ପିଠା କେତିକି ମିଠା

ହେ ସ୍ନେହ ଆରାଧ୍ୟା

ଏହି ତ ଅଯୋଧ୍ୟା

ମୁଁ ଯେ ତୁମ ରାମ ତୁମେ ମୋ ସୀତା ||


କେବେ ଖୁସି ହସ

କେବେ ବନବାସ

ମୁଁ ପ୍ରେମ ଶପଥ ତୁମେ ମୋ ଗୀତା

ଭାଙ୍ଗି ଛାଇ ନିଦ

ଖୋଲି ଆଖି ମୁଦ

ଆଲୁଅ ଲିଭାଇ କହିବ କଥା

ଗଣିଲିଣି ଶହେ

ଚିଡିଲିଣି ବହେ

ସବୁ ଚେଷ୍ଟା ମୋର ହେଲାଣି ବୃଥା

ଖେଳ ଥିବ ବାକି

ଆୟୁ ଯିବ ସରି

ସେ ଗାଁଆ ଏନ୍ତୁଡ଼ି ଏ ଗାଁଆ ଚିତା

ଆଣ ଥିବ ବାକି

ପୁର ଯିବ ସରି

ନଇଁ ଯାଇଥିବ ନୟନ ପତା ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance