STORYMIRROR

Bijoy Jena

Action Inspirational Others

3  

Bijoy Jena

Action Inspirational Others

ନୂଆ ବୋହୂ

ନୂଆ ବୋହୂ

1 min
191


ନୂଆ ନୂଆ ଆସିଛି ଝିଅଟିଏ

ନାଆଁ ତାର ଯାହା ଅବା ଥାଉ

ନୂଆବୋହୂ.. ତାର ନୂତନ ପରିଚୟ

ବାପ ଘରେ କେଡେ ଗେଲବସରରେ

ଦିନ ଗୁଡ଼ିକ ସେ ବିତାଇ ସାରିଛି

ଶାଶୁଘର.. ରୋଷେଇ ଘର ବି ନୂଆ

ଶିକ୍ଷିତା ହେଲେ ମଧ୍ୟ ତାର ଏକ

ସ୍ଵତନ୍ତ୍ର ମାନ୍ୟତା ଅଛି... ନୂଆବୋହୂ

ରୋଷେଇ ଘର, ଆସବାବ ପତ୍ର, ଚୁଲି

ପନିକି, ଶିଳ, ଶିଳପୁଆ କୋରଣା

ସବୁକିଛି.... ସେ ଶାଶୁଙ୍କ ଠାରୁ ବୁଝିଛି

ସବୁକଥା ଶାଶୁଙ୍କୁ ପଚାରେ ବୁଝେ

ଏଇଠି ସେ ପରିବା କାଟେ, ବେସର ବାଟେ

ଜାଇ ରଗଦେ... ଶାଗ ଖରଡେ

ଝାଳ ବୁହାଏ, ଗରମରେ ସିଝେ

ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି

ସମସ୍ତଙ୍କ ମନ ମୋହିଦିଏ

ବେଳେ ବେଳେ ଗାଳି ଗୁଲଜ ଶୁଣେ

ପଦାଘାତ ଖାଏ

କେହି କେହି ଦାସୀ ବୋଲି

ସମ୍ବୋଧନ କରେ

ଅସତୀ, ଅସୁରୁଣୀ କେତେ କେତେ ନାମରେ ସେ ଡକାଯାଏ

ତଥାପି ସେ ନୂଆବୋହୂ

ସବୁକିଛି ସହିଯାଏ

ସବୁ ଗରଳକୁ ଆନନ୍ଦରେ ପିଇ ଯାଏ

ହେଲେହେଁ ସେ ନାରୀଟିଏ

ସର୍ବଂସହା

ରୋଷେଇ ଘର ତାର

ଅସ୍ତିତ୍ୟକୁ

ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛି

ଏବେ ସେ ଜନନୀର ନୂଆ ବେଶରେ

ଅବତୀର୍ଣ୍ଣ ହୋଇ

ହସୁଛି ଖିଲି ଖିଲି

ଘର ଭିତରେ

ସବୁ ଏବେ ଥମି ଯାଇଛି

ଜୀବନ ତା ପରିପୂର୍ଣ୍ଣ ହେବାକୁ ଯାଉଛି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action